ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ
ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍ଏସ୍ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ କ୍ରମେ ମହାରାଷ୍ଟ୍ର ପୁଣେର ରାଜୀବ ଗାନ୍ଧୀ ପ୍ରାଣୀ ଉଦ୍ୟାନରୁ ଉକ୍ତ ବାଘଙ୍କୁ ଶୁକ୍ରବାର ଏଠାକୁ ଅଣାଯାଇଛି। ଚିତାବାଘ ବଦଳରେ ଆଇଜି ପାର୍କରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ମୃଗ ବିନିମୟ କରାଯାଇଥିବା ଜଣାପଡିଛି। ୧୭ଶହ କିମିରୁ ଅଧିକ ଯାତ୍ରା ସମୟରେ ଚିତାବାଘଙ୍କ ସୁରକ୍ଷା ଏବଂ ଆରାମ […] The post ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ appeared first on Dharitri Odia News.
ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍ଏସ୍ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ଅନୁମୋଦନ କ୍ରମେ ମହାରାଷ୍ଟ୍ର ପୁଣେର ରାଜୀବ ଗାନ୍ଧୀ ପ୍ରାଣୀ ଉଦ୍ୟାନରୁ ଉକ୍ତ ବାଘଙ୍କୁ ଶୁକ୍ରବାର ଏଠାକୁ ଅଣାଯାଇଛି। ଚିତାବାଘ ବଦଳରେ ଆଇଜି ପାର୍କରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ମୃଗ ବିନିମୟ କରାଯାଇଥିବା ଜଣାପଡିଛି।
୧୭ଶହ କିମିରୁ ଅଧିକ ଯାତ୍ରା ସମୟରେ ଚିତାବାଘଙ୍କ ସୁରକ୍ଷା ଏବଂ ଆରାମ ସୁନିଶ୍ଚିତ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରକରେ ସେମାନଙ୍କୁ ପରିବହନ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ଡିଜିଏମ୍ ତଥା ପ୍ରାଣୀ ଉଦ୍ୟାନ ବିକାଶ କାର୍ଯ୍ୟକ୍ରମ ଇନ୍ଚାର୍ଜ ଡ. ଅଭିଜିତ ବିଶ୍ୱାସ ଏବଂ ଆଇଜି ପାର୍କ ପ୍ରାଣୀ ଉଦ୍ୟାନ ଦଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ଅଣ୍ଡିରା ଚିତାବାଘର ବୟସ ପ୍ରାୟ ୮ବର୍ଷ ହୋଇଥିବା ବେଳେ ମାଈ ଚିତାବାଘ ପ୍ରାୟ ୭ବର୍ଷ ବୟସର। ଉଭୟଙ୍କୁ ଆଇଜି ପାର୍କକୁ ଅଣାଯିବା ପରେ ୨୧ଦିନର ପର୍ଯ୍ୟବେକ୍ଷଣ ଅବଧି ଲାଗି ସଙ୍ଗରୋଧରେ ରଖାଯାଇଛି। ଏହାପରେ ସେମାନଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଚିତାବାଘ ନୂତନ ପରିବେଶ ସହିତ ଭଲ ଭାବେ ଖାପ ଖୁଆଉଛନ୍ତି ଏବଂ ଉଭୟ ସୁସ୍ଥ ରହିଛନ୍ତି ବୋଲି ଆର୍ଏସ୍ପି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରାଉରକେଲା ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନରେ ୨୫୧ଟି ଜୀବଜନ୍ତୁ ରହିଛନ୍ତି।
The post ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ appeared first on Dharitri Odia News.