ଶ୍ରେୟସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ଏଣ୍ଟ୍ରି, ଅଚାନକ ବଦଳିଗଲା ଟିମ୍

ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍‌ ପାଇଁ ମୁମ୍ବାଇ ନିଜର ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ଦଳରେ ସ୍ଥାନ ମିଳିଛି। ମୁମ୍ବାଇ ଓ ହରିୟାଣା ମଧ୍ୟରେ ରଣଜୀ ଟ୍ରଫିର କ୍ଵାର୍ଟର  ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଲାହଲୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ପୃଥିବୀ ଶ’ଙ୍କୁ ମୁମ୍ବାଇ ଦଳରେ ଚୟନ କରାଯାଇ ନାହିଁ। ମୁମ୍ବାଇ ଚୟନ କରିଥିବା ୧୮ ଜଣିଆ ଦଳରେ ଅନେକ ବଡ଼ କ୍ରିକେଟ୍‌ରଙ୍କ ନାଁ ସାମିଲ। ଶ୍ରେୟସ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳୁଥିବାରୁ ସେ ମୁମ୍ବାଇ ପକ୍ଷରୁ ରଣଜୀର କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ।କ୍ଵାର୍ଟର ଫାଇନାଲ୍ ପାଇଁ ମୁମ୍ବାଇ ଟିମ୍ଆଜିଙ୍କ୍ୟ ରାହାଣେ, ଆୟୁଷ ମହାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଅମୋଧ ଭଟ୍ଟକଲ, ସୂର୍ଯ୍ୟକୁମାର ଯାଦବ, ସିଦ୍ଧେଶ ଲାଡ, ଶିବମ ଦୁବେ, ଆକାଶ ଆନନ୍ଦ, ହାର୍ଦ୍ଦିକ ତାମୋରେ, ସୂର୍ଯ୍ୟାଂଶ ଶେଡଗେ, ଶାର୍ଦ୍ଦୁଳ ଠାକୁର, ତନୁଷ କୋଟିୟାନ, ମୋହିତ ଅବସ୍ଥି, ସିଲଭେଷ୍ଟର ଡି ସୌଜା, ରଷ୍ଟନ  ଡିୟାସ, ଅଥର୍ବ ଅଙ୍କୋଲେକ ଓ ହର୍ଷ ତନ୍ନା।ରଣଜୀ ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନରଣଜୀ ଟ୍ରଫିର ଏହି ସିଜିନରେ ମୁମ୍ବାଇର ପ୍ରଦର୍ଶନ ଦମଦାର ରହିଛି। ଦଳ ୭ଟି ମ୍ୟାଚ୍‌ରୁ ୪ଟି ଜିତିଥିବା ବେଳେ ୨ଟି ହାରିଛି ଏବଂ ଗୋଟିଏ ମୁକାବିଲା ଡ୍ର ରହିଛି। ଦଳ ମହାରାଷ୍ଟ୍ରକୁ ୯ ଓ୍ଵିକେଟ୍‌ରେ, ଓଡ଼ିଶା

ଶ୍ରେୟସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ଏଣ୍ଟ୍ରି, ଅଚାନକ ବଦଳିଗଲା ଟିମ୍

ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍‌ ପାଇଁ ମୁମ୍ବାଇ ନିଜର ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ଦଳରେ ସ୍ଥାନ ମିଳିଛି। ମୁମ୍ବାଇ ଓ ହରିୟାଣା ମଧ୍ୟରେ ରଣଜୀ ଟ୍ରଫିର କ୍ଵାର୍ଟର  ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଲାହଲୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ପୃଥିବୀ ଶ’ଙ୍କୁ ମୁମ୍ବାଇ ଦଳରେ ଚୟନ କରାଯାଇ ନାହିଁ। ମୁମ୍ବାଇ ଚୟନ କରିଥିବା ୧୮ ଜଣିଆ ଦଳରେ ଅନେକ ବଡ଼ କ୍ରିକେଟ୍‌ରଙ୍କ ନାଁ ସାମିଲ। ଶ୍ରେୟସ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳୁଥିବାରୁ ସେ ମୁମ୍ବାଇ ପକ୍ଷରୁ ରଣଜୀର କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଖେଳି ପାରିବେ ନାହିଁ।

କ୍ଵାର୍ଟର ଫାଇନାଲ୍ ପାଇଁ ମୁମ୍ବାଇ ଟିମ୍

ଆଜିଙ୍କ୍ୟ ରାହାଣେ, ଆୟୁଷ ମହାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଅମୋଧ ଭଟ୍ଟକଲ, ସୂର୍ଯ୍ୟକୁମାର ଯାଦବ, ସିଦ୍ଧେଶ ଲାଡ, ଶିବମ ଦୁବେ, ଆକାଶ ଆନନ୍ଦ, ହାର୍ଦ୍ଦିକ ତାମୋରେ, ସୂର୍ଯ୍ୟାଂଶ ଶେଡଗେ, ଶାର୍ଦ୍ଦୁଳ ଠାକୁର, ତନୁଷ କୋଟିୟାନ, ମୋହିତ ଅବସ୍ଥି, ସିଲଭେଷ୍ଟର ଡି ସୌଜା, ରଷ୍ଟନ  ଡିୟାସ, ଅଥର୍ବ ଅଙ୍କୋଲେକ ଓ ହର୍ଷ ତନ୍ନା।

ରଣଜୀ ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ

ରଣଜୀ ଟ୍ରଫିର ଏହି ସିଜିନରେ ମୁମ୍ବାଇର ପ୍ରଦର୍ଶନ ଦମଦାର ରହିଛି। ଦଳ ୭ଟି ମ୍ୟାଚ୍‌ରୁ ୪ଟି ଜିତିଥିବା ବେଳେ ୨ଟି ହାରିଛି ଏବଂ ଗୋଟିଏ ମୁକାବିଲା ଡ୍ର ରହିଛି। ଦଳ ମହାରାଷ୍ଟ୍ରକୁ ୯ ଓ୍ଵିକେଟ୍‌ରେ, ଓଡ଼ିଶାକୁ ଇନିଂସ ଓ ୧୦୩ ରନ, ସର୍ଭିସକୁ ୯ ଓ୍ଵିକେଟ୍‌ରେ ଏବଂ ମେଘାଳୟକୁ ଇନିଂସ ୪୫୬ ରନରେ ହରାଇଥିଲା। କିନ୍ତୁ ମୁମ୍ବାଇ ବରୋଦାଠୁ ୮୪ ରନରେ ଓ ଜମ୍ମୁ-କାଶ୍ମୀରଠୁ ୫ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। 

ମୁମ୍ବାଇର ଖେଳାଳିଙ୍କ ଉପରେ ନଜର ପକାଇଲେ ସିଦ୍ଧେଶ ଲାଡ୍ ସର୍ବାଧିକ ୫୧୮ ରନ କରିଛନ୍ତି। ଏଥିରେ ୨ ଶତକ ଓ ୨ ଅର୍ଦ୍ଧଶତକ ସାମିଲ୍। ଆୟୁଷ ମହାତ୍ରେ ମଧ୍ୟ ୪୧୩ ରନର ଯୋଗଦାନ ଦେଇଛନ୍ତି। ମୁମ୍ବାଇ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାଣେ ୭ଟି ମ୍ୟାଚ୍‌ରେ ମାତ୍ର ୨୯୮ ରନ କରିଛନ୍ତି, ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବୋଲିଂରେ ଶାମ୍ସ ମୁଲାନୀ ୭ଟି ମ୍ୟାଚ୍‌ରେ ୩୪ ଓ୍ଵିକେଟ୍ ହାସଲ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁର ୨୬ଟି ଓ୍ଵିକେଟ୍ ଓ ମୋହିତ ଅବସ୍ଥି ୨୪ ଓ୍ଵିକେଟ୍ ନେଇଛନ୍ତି।