ଜଙ୍ଗଲକୁ ଯାଇଥିଲେ, ବିନ୍ଧିଲା ମହୁମାଛି : ଜଣେ ମୃତ, ୪ ଗୁରୁତର

କଳାହାଣ୍ଡି ୨୨।୦୯ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେତିଆପଡ଼ା ଗାଁରେ ଅଘଟଣ । ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବେତିଆପଡ଼ା ଗାଁରେ ୫ ଜଣ ଶୁକ୍ରବାର ସଂଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ । ଯାହାଫଳରେ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ବେନଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ବୁର୍ଜା ମାଝୀ ବୋଲି ଜଣାପଡିଛି ।  ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଜେପୁର ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।   

ଜଙ୍ଗଲକୁ ଯାଇଥିଲେ, ବିନ୍ଧିଲା ମହୁମାଛି : ଜଣେ ମୃତ, ୪ ଗୁରୁତର

କଳାହାଣ୍ଡି ୨୨।୦୯ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେତିଆପଡ଼ା ଗାଁରେ ଅଘଟଣ । ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବେତିଆପଡ଼ା ଗାଁରେ ୫ ଜଣ ଶୁକ୍ରବାର ସଂଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ । ଯାହାଫଳରେ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ବେନଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ବୁର୍ଜା ମାଝୀ ବୋଲି ଜଣାପଡିଛି ।  ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଜେପୁର ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।