ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା। ସୂଚନା ଅନୁଯାୟୀ, ରାମକୃଷ୍ଣ ଦାସମହାପାତ୍ର ପୁରୀରୁ ବଳକା ଦାରୁ (ପବିତ୍ର କାଠ) ନେଇ ଦିଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା […] The post ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ appeared first on Dharitri Odia News.
ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।
ସୂଚନା ଅନୁଯାୟୀ, ରାମକୃଷ୍ଣ ଦାସମହାପାତ୍ର ପୁରୀରୁ ବଳକା ଦାରୁ (ପବିତ୍ର କାଠ) ନେଇ ଦିଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାମକୃଷ୍ଣଙ୍କୁ ଏହି ବିବାଦ ସମ୍ପର୍କରେ ଜବାବ ଦେବା ପାଇଁ ଦୁଇଥର ନୋଟିସ ଜାରି କରାଯାଇଥିଲା। ପ୍ରଥମେ ୭ ଦିନ ଏବଂ ପରେ ୨ ଦିନର ସମୟ ଦିଆଯାଇଥିଲା। ତେବେ, ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।
ରାମକୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଜଣେ ଶିଷ୍ୟ ଏବଂ ତାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ। ସେ ତିଥି ଅନୁସାରେ ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦେଇଥିବା ମଧ୍ୟ କହିଥିଲେ। ଏହି ମନ୍ତବ୍ୟ ବିବାଦକୁ ଆହୁରି ବଢ଼ାଇଥିଲା।
ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ଏହି ଘଟଣା ଶ୍ରୀମନ୍ଦିରର ପରମ୍ପରା ଓ ନୀତିକୁ ଉଲ୍ଲଂଘନ କରୁଛି। ତଦନ୍ତରେ ରାମକୃଷ୍ଣଙ୍କ ଭୂମିକା ପ୍ରମାଣିତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସହ ତାଙ୍କ ବିରୋଧରେ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି।
The post ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ appeared first on Dharitri Odia News.