ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୩।୮: ପ୍ରଥମ ଥର ପାଇଁ ଭୁବନେଶ୍ୱର (ଓଡ଼ିଶା) ବଜାରରେ ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ ‘ବିଙ୍ଗସୁ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ଏହା ବିଙ୍ଗସୁର ପ୍ରଥମ ଆଉଟ୍‌ଲେଟ୍‌ ହୋଇଥିଲାବେଳେ ଏଠାରେ ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା ବିଙ୍ଗସୁ, ଓରିଓ ଓବେସନ୍‌ ବିଙ୍ଗସୁ ଭଳି ଅନେକ ପ୍ରକାର କୋରିଆନର ବିଙ୍ଗସୁ ମେନ୍ୟୁ ସାମିଲ ରହିଛି। ସେହିପରି ବବଲ୍‌ ଟି’ର ମିଲ୍କ ବେସ୍‌ ସିରିଜରେ ତାରୋ […] The post ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.

ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୩।୮: ପ୍ରଥମ ଥର ପାଇଁ ଭୁବନେଶ୍ୱର (ଓଡ଼ିଶା) ବଜାରରେ ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ ‘ବିଙ୍ଗସୁ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ଏହା ବିଙ୍ଗସୁର ପ୍ରଥମ ଆଉଟ୍‌ଲେଟ୍‌ ହୋଇଥିଲାବେଳେ ଏଠାରେ ସନି ମ୍ୟାଙ୍ଗୋ ବିଙ୍ଗସୁ, ଥାଇ ଚାଇ ବିଙ୍ଗସୁ, ଆରବିକା ଅନୋଖା ବିଙ୍ଗସୁ, ଓରିଓ ଓବେସନ୍‌ ବିଙ୍ଗସୁ ଭଳି ଅନେକ ପ୍ରକାର କୋରିଆନର ବିଙ୍ଗସୁ ମେନ୍ୟୁ ସାମିଲ ରହିଛି। ସେହିପରି ବବଲ୍‌ ଟି’ର ମିଲ୍କ ବେସ୍‌ ସିରିଜରେ ତାରୋ ତମସା, ମାଚ୍ଚା ମସ୍ତି, ଚକୋଲେଟ୍‌ ପାରାଡାଇଜ୍‌, ଥାଇ ଟ୍ବିଷ୍ଟ, ଭେଲା ଭାନିଲା, ଫ୍ରୁଟ୍‌ ବେସ୍‌ ସିରିଜରେ ମ୍ୟାଙ୍ଗୋ ମ୍ୟାଜିକ୍‌, କୋକୋବେରୀ ପ, ପିନା କୋଲଡା ବ୍ଳାଷ୍ଟ, କାଶ୍ମୀର ରୋଜ୍‌ ରାନି, ବ୍ଳୁ ଅବତାର ଏବଂ କ୍ରାକିଂ ଚକୋଲେଟ୍‌ ବୋବାରେ ଚକୋ ଥଣ୍ଡର ଥାଇ, ମାଚା ବୁମ୍‌, କ୍ରାକିଂ କଫି, ଟଫିରେ ରେନ୍‌ବୋ ଜେଲି, ପପିଂ ବୋବା, କଫି ଜେଲି ଓ କୋକୋନଟ୍‌ ଜେଲି ଭଳି ଅନେକ ପ୍ରକାର ବବଲ୍‌ ଟି ସାମିଲ ରହିଛି। ଏ ନେଇ ଓସୋମ୍‌ ବୋବାର ଆଉଟ୍‌ଲେଟ୍‌ ମୁଖ୍ୟ ଅଭିଜିତ୍‌ ରଥ କହିଛନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଛି। ଯୁବପିଢ଼ି ସବୁବେଳେ ନିଆରା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହା ଖୋଲାଯାଇଛି। ଖାଦ୍ୟପ୍ରେମୀମାନେ ଏହାର ଲାଭ ନେଇପାରିବେ।

The post ଓସୋମ୍‌ ବୋବାସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ appeared first on Dharitri Odia News.