ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ

ସୋନପୁର,୧୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଧର୍ମଶାଳା-ଯାଲୋଏ ରାସ୍ତାରେ ଭୁଜାଲିରେ ହାଣି ଯୁବ ବ୍ୟବସାୟୀ ନୀଳାମ୍ବର ମହାପାତ୍ର(୩୩)ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ମଙ୍ଗଳବାର ରାତି ୭ଟା୩୦ରେ ଏହି ଘଟଣା ଘଟିଛି। ବୀରମହାରାଜପୁର ଥାନା ଲେହେଡିର ନୀଳାମ୍ବର ମହାପାତ୍ର ଧର୍ମଶାଳା ଛକରେ ଖୋଲିଥିବା ଜନସେବା କେନ୍ଦ୍ର ବନ୍ଦ କରି ଟଙ୍କା ଓ ଲାପ୍‌ଟପ ଧରି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଅଳ୍ପ ଦୂର ଯିବା ପରେ ୩ ଜଣ ଦୁର୍ବୁତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। […] The post ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ appeared first on Dharitri Odia News.

ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ

ସୋନପୁର,୧୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଧର୍ମଶାଳା-ଯାଲୋଏ ରାସ୍ତାରେ ଭୁଜାଲିରେ ହାଣି ଯୁବ ବ୍ୟବସାୟୀ ନୀଳାମ୍ବର ମହାପାତ୍ର(୩୩)ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ମଙ୍ଗଳବାର ରାତି ୭ଟା୩୦ରେ ଏହି ଘଟଣା ଘଟିଛି। ବୀରମହାରାଜପୁର ଥାନା ଲେହେଡିର ନୀଳାମ୍ବର ମହାପାତ୍ର ଧର୍ମଶାଳା ଛକରେ ଖୋଲିଥିବା ଜନସେବା କେନ୍ଦ୍ର ବନ୍ଦ କରି ଟଙ୍କା ଓ ଲାପ୍‌ଟପ ଧରି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଅଳ୍ପ ଦୂର ଯିବା ପରେ ୩ ଜଣ ଦୁର୍ବୁତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଭୁଜାଲିରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରି ଲାପ୍‌ଟପ୍‌, ମୋବାଇଲ୍‌ ଓ ଟଙ୍କା ଲୁଟି ନେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବିକଳରେ ନୀଳାମ୍ବର ଧର୍ମଶାଳା ଛକକୁ ଆସି ଘଟଣା ବିଷୟରେ ଲୋକଙ୍କୁ ଜଣାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଲୁଟେରାମାନେ ଫେରାର ହୋଇଯାଇଛନ୍ତି। ହିକୁଡି ଫାଣ୍ଡି ପୋଲିସ, ବୀରମହାରାଜପୁର ଆଦର୍ଶ ଥାନା ପୋଲିସ ଓ ସୋନପୁର ଥାନା ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ରାସ୍ତାଗୁଡିକୁ ସିଲ୍‌ କରିବା ସହ ତନାଘନା ଜାରି ରଖିଛନ୍ତି। ତେବେ ଘଟଣାସ୍ଥଳରୁ ପୋଲିସକୁ ଏକ ଅଫୁଟା ଗୁଳି ମିଳିଥିବା ବେଳେ କିଛିଦୂରରୁ ନୀଳାମ୍ବରଙ୍କ ମୋବାଇଲ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

The post ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ appeared first on Dharitri Odia News.