ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍, ଆୟକର ଫାଙ୍କିବା ଅଭିଯୋଗରେ ତନାଘନା

ଭୁବନେଶ୍ୱର ୧୯/୦୬: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍। ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ। ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ଵରରେ ଆଇଟି ରେଡ୍ କରୁଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଛି। ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍ ସାମିଲ ଅଛନ୍ତି। ଏକାବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ ନଜର ରଖିଛି । ୩ଟି ଅଫିସ ବନ୍ଦ ଅଛି । ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ଉ ଆରମ୍ଭ ହବ । ଏହି ଚଢ଼ାଉରେ ଏକା ସଙ୍ଗେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ୧୨୦ ଆଇଟି ଅଫିସର, ୪୦ CRPF, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ । ସୂଚନା ଥାଉକି, ଗତ ଜାନୁୟାରୀ ମାସରେ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଆୟକର ବିଭାଗର ଚଢ଼ାଉ ହୋଇଥିଲା । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ ଜାରି କରିଥିଲେ । ଏଥିସହିତ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍, ଆୟକର ଫାଙ୍କିବା ଅଭିଯୋଗରେ ତନାଘନା

ଭୁବନେଶ୍ୱର ୧୯/୦୬: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍। ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ। ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ଵରରେ ଆଇଟି ରେଡ୍ କରୁଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଛି। ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍ ସାମିଲ ଅଛନ୍ତି। 

ଏକାବେଳେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦିଲ୍ଲୀ ସମେତ ୧୯ଟି ସ୍ଥାନରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ରେଡ୍ । ଦୀପାଳି ଦାସ ପୁରୀରୁ ଫେରୁଥିବାବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ ନଜର ରଖିଛି । ୩ଟି ଅଫିସ ବନ୍ଦ ଅଛି । 

ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ଉ ଆରମ୍ଭ ହବ । ଏହି ଚଢ଼ାଉରେ ଏକା ସଙ୍ଗେ ୧୦୦ ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ୧୨୦ ଆଇଟି ଅଫିସର, ୪୦ CRPF, ୬୦ଟି ଗାଡ଼ି ଏବଂ ସାଇଣ୍ଟିକ ଟିମ ଚଢ଼ାଉରେ ସାମିଲ ଅଛନ୍ତି । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟାବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ । 


ସୂଚନା ଥାଉକି, ଗତ ଜାନୁୟାରୀ ମାସରେ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଆୟକର ବିଭାଗର ଚଢ଼ାଉ ହୋଇଥିଲା । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ ଜାରି କରିଥିଲେ । ଏଥିସହିତ ତାଙ୍କ ସମ୍ପର୍କରେ ଥିବା ୬ ଠିକାଦାରଙ୍କ ଘରେ ଆୟକର ଟିମ୍ ପଶି ତନାଘନା କରୁଥିଲା ।