କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…

ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନାହିଁ। ଭାଜପା କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି। କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି […] The post କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି… appeared first on Dharitri Odia News.

କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…

ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନାହିଁ।

ଭାଜପା କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି। କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି, ଯାଇଛନ୍ତି; ସେସବୁ ଖାତିର୍‌ କରେନି। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି।

The post କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି… appeared first on Dharitri Odia News.