୨୦ସୁଦ୍ଧା ଡ୍ରେନ୍‌ କାମ ସାରିବାକୁ ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୮।୬ (ବନ୍ଦନା ସେଠୀ): ଆସନ୍ତା ୯ ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏଯାଏ ଡ୍ରେନ୍‌ ସଫେଇ ସରିନାହିଁ। ଅସରାଏ ବର୍ଷା ହେଲେ ସହରରେ ଜଳବନ୍ଦୀ ସୃଷ୍ଟି ହେଉଥିବାରୁ ପ୍ରତିଥର ବିଏମ୍‌ସିକୁ ସମାଲୋଚନାର ଶୀକାର ହେବାକୁ ପଡୁଛି। ତେଣୁ ଆସନ୍ତା ୨୦ ତାରିଖ ସୁଦ୍ଧା ଡ୍ରେନ୍‌ ସଫେଇ ସାରିବାକୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ […] The post ୨୦ସୁଦ୍ଧା ଡ୍ରେନ୍‌ କାମ ସାରିବାକୁ ମେୟରଙ୍କ ନିର୍ଦ୍ଦେଶ appeared first on Dharitri Odia News.

୨୦ସୁଦ୍ଧା ଡ୍ରେନ୍‌ କାମ ସାରିବାକୁ ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୮।୬ (ବନ୍ଦନା ସେଠୀ): ଆସନ୍ତା ୯ ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏଯାଏ ଡ୍ରେନ୍‌ ସଫେଇ ସରିନାହିଁ। ଅସରାଏ ବର୍ଷା ହେଲେ ସହରରେ ଜଳବନ୍ଦୀ ସୃଷ୍ଟି ହେଉଥିବାରୁ ପ୍ରତିଥର ବିଏମ୍‌ସିକୁ ସମାଲୋଚନାର ଶୀକାର ହେବାକୁ ପଡୁଛି। ତେଣୁ ଆସନ୍ତା ୨୦ ତାରିଖ ସୁଦ୍ଧା ଡ୍ରେନ୍‌ ସଫେଇ ସାରିବାକୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଡ୍ରେନ୍‌ ସଫେଇ ସାଙ୍ଗକୁ ମୁକ୍ତା ଯୋଜନାରେ ଚାଲିଥିବା କାମର ସମୀକ୍ଷା କରାଯାଇଥିଲା।
ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ବିଏମ୍‌ସିକୁ ଦିଆଯାଇଛି। ୭୭କି.ମି. ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ମଧ୍ୟରୁ ମାତ୍ର ୨୨କି.ମି. ସଫା ହୋଇଛି। ଆର୍‌ ଆଣ୍ଡ୍‌ ବି ଅଧିନରେ ଥିବା ୫ଟି ଡିଭିଜନ୍‌ ଅନ୍ତର୍ଗତ ୩୬୦କି.ମିରୁ ମାତ୍ର ୫୨କି.ମି. ସଫେଇ କରାଯାଇଛି। ସେହିପରି ୯୨୪.୨୭କି.ମି ଆଭ୍ୟନ୍ତରୀଣ ଡ୍ରେନ୍‌ ମଧ୍ୟରୁ ଏବେସୁଦ୍ଧା ୬୫% ଡ୍ରେନ୍‌ ସଫା ହୋଇଛି। ଡ୍ରେନ୍‌ ସଫେଇ ପାଇଁ ମୋଟ୍‌ ୩୪ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହାବାଦ୍‌ ସଫେଇ କାମ ଅଧା ସରି ନ ଥିବାରୁ ମେୟର ଅସନ୍ତୋଷ ପ୍ରକାଶ କରିଥିଲେ। ଯୁଦ୍ଧକାଳୀନଭିତ୍ତିରେ କାମ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯେଉଁ ସଂସ୍ଥା ଠିକ୍‌ ଭାବେ କାମ ନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ସେହିପରି ସହରରେ ‘ମୁକ୍ତା’ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ନିର୍ବାଚନ ପାଇଁ ବିଭିନ୍ନ କାମ ଧିମେଇ ଯାଇଥିଲା। ମାତ୍ର ଏବେ ନିର୍ବାଚନ ଆଚରଣବିଧି ଉଠି ସାରିଥିବାରୁ ପୂର୍ବବତ୍‌ ସମସ୍ତ କାମ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଓ୍ବାର୍କ୍ସ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅମରେଶ ଜେନା, ରାଜସ୍ବ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ସିଟି ଇଞ୍ଜିନିୟର ବିଳାସ ବେହେରା, କର୍ପୋରେଟର ସନ୍ତୋଷ ସିଂ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

The post ୨୦ସୁଦ୍ଧା ଡ୍ରେନ୍‌ କାମ ସାରିବାକୁ ମେୟରଙ୍କ ନିର୍ଦ୍ଦେଶ appeared first on Dharitri Odia News.