ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ

ନୂଆଦିଲ୍ଲୀ,୧୩।୮: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ମିଳିଥିଲା। ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ […] The post ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ appeared first on Dharitri Odia News.

ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ

ନୂଆଦିଲ୍ଲୀ,୧୩।୮: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ମିଳିଥିଲା।

ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି।

The post ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ appeared first on Dharitri Odia News.