ଭାଉଜଙ୍କୁ ଏକତରଫା ପ୍ରେମରେ ହେଲେ ବାୟା, ସ୍ୱାମୀଙ୍କୁ ପିଟି ପିଟି ମାରିଦେଲେ ଯୁବକ
ବାଲିପାଟଣା ୧୮।୦୩ : ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା । ବାଲିପାଟଣା ଥାନା ମଝିହରା ମହଲା ସାହି ଗାଁ ଅକ୍ଷୟ ମାଝିକୁ ହତ୍ୟା କରିଛନ୍ତି କିଛି ଦୁବୃତ୍ତ । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।ଦୁର୍ବୃତ୍ତ ମାନେ ଅକ୍ଷୟଙ୍କୁ ମାଡ ମାରି ନୂଆସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ନିକଟ ଗାଁର ଦିଲୁ ଅକ୍ଷୟଙ୍କ ସ୍ତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସହ ଏକ ଏସ୍ଏମଏସ୍ ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇଥିଲେ । ଏହାପରେ ପରେ ଦିଲୁକୁ ଡାକି ପଚାରିଥିଲେ ଅଷୟ । ଏପିରିକି ଏହି ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ପରେ ଏ ଘଟଣାର ସମାଧାନ ହୋଇଥିଲା । ମାତ୍ର ଶନିବାର ରାତିରେ ଅଷୟଙ୍କ ରକ୍ତ ଜୁଡୁବୁଡୁ ଶରୀର ନୂଆ ସାହି ଗାଁରେ ପଡ଼ିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ହେଲେ ସୋମବାର ସକାଳୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷ
ବାଲିପାଟଣା ୧୮।୦୩ : ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା । ବାଲିପାଟଣା ଥାନା ମଝିହରା ମହଲା ସାହି ଗାଁ ଅକ୍ଷୟ ମାଝିକୁ ହତ୍ୟା କରିଛନ୍ତି କିଛି ଦୁବୃତ୍ତ । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଏକ ଛୁରୀ ଜବତ କରିଛି । ଏହା ସହ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଦୁର୍ବୃତ୍ତ ମାନେ ଅକ୍ଷୟଙ୍କୁ ମାଡ ମାରି ନୂଆସାହି ବଜାର ନିକଟରେ ଫିଙ୍ଗି ଦେଇଥିଲେ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ନିକଟ ଗାଁର ଦିଲୁ ଅକ୍ଷୟଙ୍କ ସ୍ତ୍ରୀଙ୍କୁ ଏକ ତରଫା ପ୍ରେମ କରିବା ସହ ଏକ ଏସ୍ଏମଏସ୍ ପଠାଇଥିଲା । ଏହାକୁ ନେଇ ଅକ୍ଷୟଙ୍କ ସ୍ତ୍ରୀ ପରିବାରରେ ଜଣାଇଥିଲେ । ଏହାପରେ ପରେ ଦିଲୁକୁ ଡାକି ପଚାରିଥିଲେ ଅଷୟ । ଏପିରିକି ଏହି ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ୧୦ ଦିନ ପୂର୍ବେ ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା । ପରେ ଏ ଘଟଣାର ସମାଧାନ ହୋଇଥିଲା । ମାତ୍ର ଶନିବାର ରାତିରେ ଅଷୟଙ୍କ ରକ୍ତ ଜୁଡୁବୁଡୁ ଶରୀର ନୂଆ ସାହି ଗାଁରେ ପଡ଼ିଥିଲା । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ହେଲେ ସୋମବାର ସକାଳୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।