କମିବ ପେଟ୍ରୋଲ ଓ ଡିଜେଲ ଦାମ୍, ୨-୩ ଟଙ୍କା କମାଇବେ କମ୍ପାନୀ: ICRA

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ଅଶୋଧିତ ତୈଳ ଦର କମ ରହିବା ଦ୍ୱାରା ରିଟେଲ ଅଟୋ ଫୁଏଲ ମାର୍ଜିନ୍‌ରେ ଉନ୍ନତି ହୋଇଛି। ତେଣୁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ମଧ୍ୟ ତେଲ ଦର କମ୍ କରିପାରନ୍ତି। ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨-୩ ଟଙ୍କା ହ୍ରାସ ହୋଇପାରେ ବୋଲି ଗୁରୁବାର ରେଟିଂ ଏଜେନ୍ସି ଇକ୍ରା(ICRA) କହିଛି। ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ସେପ୍ଟେମ୍ବର ମାସରେ ବ୍ୟାରେଲ୍ ପିଛା ହାରାହାରି ୭୪ ଡଲାର ରହିଛି। ହେଲେ ଏହା ପୂର୍ବରୁ ମାର୍ଚ୍ଚରେ ବ୍ୟାରେଲ ପିଛା ୮୩-୮୪ ଡଲାର ରହିଥିଲା। ଶେଷ ଥର ପାଇଁ ମାର୍ଚ୍ଚରେ ତୈଳ ଦରରେ ୨ ଟଙ୍କା ହ୍ରାସ ପାଇଥିଲା। ହେଲେ ଏପର୍ଯ୍ୟନ୍ତ କମ୍ପାନୀମାନେ ଲାଭ ଖାଉଥିଲେ ବି ଜନତା କିନ୍ତୁ ମହଙ୍ଗା ମାଡ଼ ସହୁଛି। ଇକ୍ରା କହିଛି ଯେ ଗତ ସପ୍ତାହରେ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଇନ୍ଧନର ଖୁଚୁରା ବିକ୍ରି ଉପରେ ଭଲ ମାର୍କେଟିଂ ମାର୍ଜିନ ପାଇଛନ୍ତି। ଯଦି ଅଶୋଧିତ ତୈଳ ଦର ଦାମ ୭୪ ଡଲାର୍‌ରେ ସ୍ଥିର ରୁହେ ତେବେ ତେଲ ଦାମ କମ୍ ହେବାର ସମ୍ଭାବନା ରହିଛି।ଇକ୍ରା ଗ୍ରୁପ ଉପାଧ୍ୟକ୍ଷ ଗିରିଶ କଦମଙ୍କ କହିବା ଅନୁସାରେ, ଓଏମସିମାନେ ସେପ୍ଟେମ୍ବର ୧୭ ସୁଦ୍ଧା ପେଟ୍ରୋଲ ଉପରେ ୧୫ ଟଙ୍କା ଓ ଡିଜେଲ ଉପରେ ୧୨ ଟଙ୍କା ପାଉଛନ୍ତି। ତେଣୁ ତୈଳ ଦର କମିବ। ଗତ କିଛି ମାସ ହେଲେ ଅଶୋଧିତ ତୈଳ ଦର କମ୍ ରହିଛି। ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ମାନ୍ଦା

କମିବ ପେଟ୍ରୋଲ ଓ ଡିଜେଲ ଦାମ୍, ୨-୩ ଟଙ୍କା କମାଇବେ କମ୍ପାନୀ: ICRA

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ଅଶୋଧିତ ତୈଳ ଦର କମ ରହିବା ଦ୍ୱାରା ରିଟେଲ ଅଟୋ ଫୁଏଲ ମାର୍ଜିନ୍‌ରେ ଉନ୍ନତି ହୋଇଛି। ତେଣୁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ମଧ୍ୟ ତେଲ ଦର କମ୍ କରିପାରନ୍ତି। ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨-୩ ଟଙ୍କା ହ୍ରାସ ହୋଇପାରେ ବୋଲି ଗୁରୁବାର ରେଟିଂ ଏଜେନ୍ସି ଇକ୍ରା(ICRA) କହିଛି। 

ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ସେପ୍ଟେମ୍ବର ମାସରେ ବ୍ୟାରେଲ୍ ପିଛା ହାରାହାରି ୭୪ ଡଲାର ରହିଛି। ହେଲେ ଏହା ପୂର୍ବରୁ ମାର୍ଚ୍ଚରେ ବ୍ୟାରେଲ ପିଛା ୮୩-୮୪ ଡଲାର ରହିଥିଲା। ଶେଷ ଥର ପାଇଁ ମାର୍ଚ୍ଚରେ ତୈଳ ଦରରେ ୨ ଟଙ୍କା ହ୍ରାସ ପାଇଥିଲା। ହେଲେ ଏପର୍ଯ୍ୟନ୍ତ କମ୍ପାନୀମାନେ ଲାଭ ଖାଉଥିଲେ ବି ଜନତା କିନ୍ତୁ ମହଙ୍ଗା ମାଡ଼ ସହୁଛି। 

ଇକ୍ରା କହିଛି ଯେ ଗତ ସପ୍ତାହରେ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଇନ୍ଧନର ଖୁଚୁରା ବିକ୍ରି ଉପରେ ଭଲ ମାର୍କେଟିଂ ମାର୍ଜିନ ପାଇଛନ୍ତି। ଯଦି ଅଶୋଧିତ ତୈଳ ଦର ଦାମ ୭୪ ଡଲାର୍‌ରେ ସ୍ଥିର ରୁହେ ତେବେ ତେଲ ଦାମ କମ୍ ହେବାର ସମ୍ଭାବନା ରହିଛି।

ଇକ୍ରା ଗ୍ରୁପ ଉପାଧ୍ୟକ୍ଷ ଗିରିଶ କଦମଙ୍କ କହିବା ଅନୁସାରେ, ଓଏମସିମାନେ ସେପ୍ଟେମ୍ବର ୧୭ ସୁଦ୍ଧା ପେଟ୍ରୋଲ ଉପରେ ୧୫ ଟଙ୍କା ଓ ଡିଜେଲ ଉପରେ ୧୨ ଟଙ୍କା ପାଉଛନ୍ତି। ତେଣୁ ତୈଳ ଦର କମିବ। 

ଗତ କିଛି ମାସ ହେଲେ ଅଶୋଧିତ ତୈଳ ଦର କମ୍ ରହିଛି। ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ମାନ୍ଦା, ଆମେରିକା ଓ ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକର ଅଧିକ ତୈଳ ଉତ୍ପାଦନ ଯୋଗୁ ଅଶୋଧିତ ତେଲ ଦାମ କମ୍ ରହିଛି।