ନେପାଳରେ ଓଲି ସରକାର ଜିତିଲେ ଆସ୍ଥା ଭୋଟ

କାଠମାଣ୍ଡୁ : ନେପାଳର ଓଲି ସରକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭାରେ ରବିବାର ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି। ଓଲି ସରକାରଙ୍କୁ ୨୭୫ ସଦସୀୟ ପ୍ରତିନିଧି ସଭାରେ ୧୮୮ ସଦସ୍ୟଙ୍କ ସମର୍ଥନ ମିଳିଛି। ଆସ୍ଥା ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସବୁ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରତିନିଧି ସଭାରେ ଆସ୍ଥା ଭୋଟ ପ୍ରସ୍ତାବରେ ୨୬୩ ସଦସ୍ୟ ଉପସ୍ଥିତ ଥିଲେ। ପ୍ରସ୍ତାବ ସପକ୍ଷରେ ୧୮୮ ଓ ବିରୋଧରେ ୭୪ଟି ଭୋଟ ପଡିଥିଲା। ଏହା ପୂର୍ବରୁ ପ୍ରତିନିଧିସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ଓଲି ଆସ୍ଥା ଭୋଟ ପ୍ରସ୍ତାବ ରଖିଥିଲେ। ଓଲି କହିଥିଲେ ଯେ ଦେଶର ରାଜନୈତିକ ସ୍ଥିରତା ରକ୍ଷା ଉଦ୍ଦେଶ୍ୟରେ ଦୁଇ ବଡ଼ ଦଳଙ୍କୁ ଏକ ସଙ୍ଗରେ ଆସିବାକୁ ପଡିଛି। ରାଜନୈତିକ ସ୍ଥାୟିତ୍ୱ ବିନା ଦେଶର ଆର୍ଥିକ ସମୃଦ୍ଧି ସମ୍ଭବ ନୁହେଁ। ଗତ କିଛିବର୍ଷରେ ରାଜନୈତିକ ଅସ୍ଥିରତା କାରଣରୁ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି। ସେ କହିଛନ୍ତି ଯେ ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ। ଓଲି ସରକାରଙ୍କୁ ତାଙ୍କ ପାର୍ଟି ସିପିଏନ(ୟୁଏମଏଲ) ସହିତ ନେପାଳୀ କଂଗ୍ରେସ, ଜନତା ସମାଜବାଦୀ ପାର୍ଟି, ଜନମତ ପାର୍ଟି, ଲୋକତାନ୍ତ୍ରିକ ସମାଜବାଦୀ ପାର୍ଟି ଓ  ନାଗରିକ ଉନ୍ମୁକ୍ତି ପାର୍ଟିର ମୋଟ ୧୮୮ ସାଂସଦଙ୍କ ସମର୍ଥନ ମିଳିଛି। ଆସ୍ଥା ଭୋଟ ବିରୋଧରେ ସିପିଏନ(ଏମସି), ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟ

ନେପାଳରେ ଓଲି ସରକାର ଜିତିଲେ ଆସ୍ଥା ଭୋଟ

କାଠମାଣ୍ଡୁ : ନେପାଳର ଓଲି ସରକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭାରେ ରବିବାର ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି। ଓଲି ସରକାରଙ୍କୁ ୨୭୫ ସଦସୀୟ ପ୍ରତିନିଧି ସଭାରେ ୧୮୮ ସଦସ୍ୟଙ୍କ ସମର୍ଥନ ମିଳିଛି। ଆସ୍ଥା ଭୋଟରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସବୁ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରତିନିଧି ସଭାରେ ଆସ୍ଥା ଭୋଟ ପ୍ରସ୍ତାବରେ ୨୬୩ ସଦସ୍ୟ ଉପସ୍ଥିତ ଥିଲେ। ପ୍ରସ୍ତାବ ସପକ୍ଷରେ ୧୮୮ ଓ ବିରୋଧରେ ୭୪ଟି ଭୋଟ ପଡିଥିଲା। 

ଏହା ପୂର୍ବରୁ ପ୍ରତିନିଧିସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ଓଲି ଆସ୍ଥା ଭୋଟ ପ୍ରସ୍ତାବ ରଖିଥିଲେ। ଓଲି କହିଥିଲେ ଯେ ଦେଶର ରାଜନୈତିକ ସ୍ଥିରତା ରକ୍ଷା ଉଦ୍ଦେଶ୍ୟରେ ଦୁଇ ବଡ଼ ଦଳଙ୍କୁ ଏକ ସଙ୍ଗରେ ଆସିବାକୁ ପଡିଛି। ରାଜନୈତିକ ସ୍ଥାୟିତ୍ୱ ବିନା ଦେଶର ଆର୍ଥିକ ସମୃଦ୍ଧି ସମ୍ଭବ ନୁହେଁ। ଗତ କିଛିବର୍ଷରେ ରାଜନୈତିକ ଅସ୍ଥିରତା କାରଣରୁ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି। ସେ କହିଛନ୍ତି ଯେ ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ। 

ଓଲି ସରକାରଙ୍କୁ ତାଙ୍କ ପାର୍ଟି ସିପିଏନ(ୟୁଏମଏଲ) ସହିତ ନେପାଳୀ କଂଗ୍ରେସ, ଜନତା ସମାଜବାଦୀ ପାର୍ଟି, ଜନମତ ପାର୍ଟି, ଲୋକତାନ୍ତ୍ରିକ ସମାଜବାଦୀ ପାର୍ଟି ଓ  ନାଗରିକ ଉନ୍ମୁକ୍ତି ପାର୍ଟିର ମୋଟ ୧୮୮ ସାଂସଦଙ୍କ ସମର୍ଥନ ମିଳିଛି। ଆସ୍ଥା ଭୋଟ ବିରୋଧରେ ସିପିଏନ(ଏମସି), ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି,  ଏକିକୃତ ସମାଜବାଦୀ ପାର୍ଟି ସମେତ କିଛି ଛୋଟ ଦଳ ଓ ନିର୍ଦ୍ଦଳୀୟ ସାଂସଦମାନେ ମତଦାନ କରିଛନ୍ତି।