ଶିକ୍ଷାର ମାନ,ପରମ୍ପରାକୁ ବଜାୟ ରଖିବ ସିନେଟ୍,ଖୁବ ଶୀଘ୍ର ବିଶ୍ବବିଦ୍ୟାଳୟରେ ଯୋଗ ଦେବେ ୧ହଜାର ଶିକ୍ଷକ
କଟକ ୨୪/୧୧: ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନକୁ ପରିବର୍ତ୍ତନ କରାଯାଇଛି। ଏହା ଉପରେ କ୍ୟାବିନେଟର ମୋହର ବାଜି ସାରିଛି । କଟକରେ ୭୬ ତମ NCC ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ସେ କହିଛନ୍ତି ପୂର୍ବ ସରକାର ବିଶ୍ବବିଦ୍ୟାଳୟମାନଙ୍କ ସ୍ଵୟତତ୍ତାକୁ ନଷ୍ଟ କରିଥିଲେ। ଆମ ସରକାର ତାକୁ ଫେରେଇ ଆଣିଛି। ଅଧ୍ୟାପକ, ଅଧ୍ୟାପିକା ଚୟନରେ ଆମେ ପାରଦର୍ଶିତା ଆଣିଛୁ। କେବଳ ଶିକ୍ଷାବିତ ମାନେ ହିଁ ଶିକ୍ଷକଙ୍କୁ ଚୟନ କରିବେ। ଆଗାମୀ ଦିନରେ ଏକ ହଜାର ଶିକ୍ଷକ, ବିଶ୍ଵବିଦ୍ୟାଳୟରେ ଯୋଗ ଦେବେ। କୁଳପତିଙ୍କ ଦ୍ଵାରା ଗଠିତ କମିଟି ଅଧ୍ୟାପକ, ଅଧ୍ୟାପିକାଙ୍କୁ ଚୟନ କରିବେ। ସିନେଟକୁ ଆମ ସରକାର ପୁନଃ ସ୍ଥାପନ କରିଛି। ଶିକ୍ଷାର ମାନ, ପରମ୍ପରାକୁ ବଜାୟ ରଖିବ ସିନେଟ। ସିଣ୍ଡିକେଟକୁ ଛୋଟ କରିଦିଆଯାଇଛି। କୁଳପତିଙ୍କ ବୟସ ସୀମା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ର ନିୟମ ଅନୁସାରେ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।