ଟ୍ବିନ୍ ସିଟିରେ କାଳବୈଶାଖୀ ତାଣ୍ଡବ; ପ୍ରବଳ ବର୍ଷା ଓ ଭୟଙ୍କର ବଜ୍ରପାତ, ସାରା ରାତି ରାଜଧାନୀ ଅନ୍ଧାର
ଭୁବନେଶ୍ୱର,୧୨/୦୫: ଶନିବାର କାଳବୈଶାଖୀର ରାତି । ଛେଚିଲା, ଉଡାଇଲା, ଭାଙ୍ଗିଲା । କୁଆଡେ କିଛି ନଥିଲା କିଛି ସମୟ ଭିତରେ ଏକାଠି ହେଲେ ମେଘ ଖଣ୍ଡ । ହଠାତ୍ ଆକାଶରୁ ଦୁଲ୍ଦୁଲ୍ ହୋଇ ବର୍ଷିଲା ବର୍ଷା । ୬୦ରୁ ୭୦ କିଲୋମିଟର ବେଗର ପବନ ବହିବା ସହିତ ଘର ଦ୍ବାରା ଭାଙ୍ଗିପକାଇଲା । ଛାତିଥରା ବଜ୍ରପାତରେ କାନ ତାବ୍ଦା ହୋଇଗଲା । ପ୍ରବଳ ବର୍ଷାରେ ଭାସିଲା ଟ୍ବିନ୍ ସିଟି । ମଝି ରାତିରେ କଟକ ଓ ଭୁବନେଶ୍ୱରରେ ବର୍ଷା ବିତ୍ପାତ ନାକେଦମ୍ କରିଥିଲା । କାଳବୈଶାଖୀ ପ୍ରଭାବରେ ମୂଷଳଧାରାରେ ବର୍ଷିଲା । ଘଣ୍ଟାଏ ଯାଏ ନନଷ୍ଟପ୍ ଛେଚିଲା । କିଛି ସମୟ ଭିତରେ ରାଜଧାନୀର ତାପମାତ୍ରା ୮.୩ ଡିଗ୍ରୀ ଖସି ଯାଇଥିଲା । ୧୧ଟା ୫୬ ମିନିଟ୍ରେ ଭୁବନେଶ୍ୱରରେ ୩୦କିଲୋ ଆମ୍ପସ୍ କ୍ଷମତା ବିଶିଷ୍ଟ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ପଡ଼ିଥିଲା ।ଖାଲି ତଳିଆ ଅଞ୍ଚଳ ନୁହେଁ ରାଜଧାନୀର ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲିଲା । ନୂଆପଲ୍ଲୀ ଅଞ୍ଚଳ ପାଣିରେ ଉବୁଟୁବୁ ହେଲା । ଜିଜିପି କଲୋନୀରେ ରାସ୍ତା ଭାସି ଘରେ ଯାଇ ପାଣି ପଶିଲା । ରାଜୀବନଗରରେ ରାସ୍ତା ଉପରେ ପାଣିର ସ୍ରୋତ ଚାଲିଥିଲା । ବିଧାନସଭା ଆଗରେ ଲହଡ଼ି ଖୋଳୁଥିଲା ପାଣିର ସୁଅ । ଆଚାର୍ଯ୍ୟବିହାର, ଜୟଦେବ ବିହାର, ରସୁଲଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, କଟକ ରୋଡ୍, ଜାଗମରା, ଶିରିପୁର ଜାଗମରା ରୋଡ୍ରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିଥିଲା । ଲକ୍ଷ୍ମୀସାଗର ରାସ୍ତା କଡ଼ରେ ପାର୍କିଂ ହୋଇ
ଭୁବନେଶ୍ୱର,୧୨/୦୫: ଶନିବାର କାଳବୈଶାଖୀର ରାତି । ଛେଚିଲା, ଉଡାଇଲା, ଭାଙ୍ଗିଲା । କୁଆଡେ କିଛି ନଥିଲା କିଛି ସମୟ ଭିତରେ ଏକାଠି ହେଲେ ମେଘ ଖଣ୍ଡ । ହଠାତ୍ ଆକାଶରୁ ଦୁଲ୍ଦୁଲ୍ ହୋଇ ବର୍ଷିଲା ବର୍ଷା । ୬୦ରୁ ୭୦ କିଲୋମିଟର ବେଗର ପବନ ବହିବା ସହିତ ଘର ଦ୍ବାରା ଭାଙ୍ଗିପକାଇଲା । ଛାତିଥରା ବଜ୍ରପାତରେ କାନ ତାବ୍ଦା ହୋଇଗଲା ।
ପ୍ରବଳ ବର୍ଷାରେ ଭାସିଲା ଟ୍ବିନ୍ ସିଟି । ମଝି ରାତିରେ କଟକ ଓ ଭୁବନେଶ୍ୱରରେ ବର୍ଷା ବିତ୍ପାତ ନାକେଦମ୍ କରିଥିଲା । କାଳବୈଶାଖୀ ପ୍ରଭାବରେ ମୂଷଳଧାରାରେ ବର୍ଷିଲା । ଘଣ୍ଟାଏ ଯାଏ ନନଷ୍ଟପ୍ ଛେଚିଲା । କିଛି ସମୟ ଭିତରେ ରାଜଧାନୀର ତାପମାତ୍ରା ୮.୩ ଡିଗ୍ରୀ ଖସି ଯାଇଥିଲା । ୧୧ଟା ୫୬ ମିନିଟ୍ରେ ଭୁବନେଶ୍ୱରରେ ୩୦କିଲୋ ଆମ୍ପସ୍ କ୍ଷମତା ବିଶିଷ୍ଟ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ପଡ଼ିଥିଲା ।
ଖାଲି ତଳିଆ ଅଞ୍ଚଳ ନୁହେଁ ରାଜଧାନୀର ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲିଲା । ନୂଆପଲ୍ଲୀ ଅଞ୍ଚଳ ପାଣିରେ ଉବୁଟୁବୁ ହେଲା । ଜିଜିପି କଲୋନୀରେ ରାସ୍ତା ଭାସି ଘରେ ଯାଇ ପାଣି ପଶିଲା । ରାଜୀବନଗରରେ ରାସ୍ତା ଉପରେ ପାଣିର ସ୍ରୋତ ଚାଲିଥିଲା । ବିଧାନସଭା ଆଗରେ ଲହଡ଼ି ଖୋଳୁଥିଲା ପାଣିର ସୁଅ ।
ଆଚାର୍ଯ୍ୟବିହାର, ଜୟଦେବ ବିହାର, ରସୁଲଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, କଟକ ରୋଡ୍, ଜାଗମରା, ଶିରିପୁର ଜାଗମରା ରୋଡ୍ରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲିଥିଲା । ଲକ୍ଷ୍ମୀସାଗର ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଅନେକ କାର୍ ଭିତରେ ପାଣି ପଶିଯାଇଛି । ଝାରପଡ଼ା ଜେଲ୍ ରୋଡ୍ରେ ପାଣିର ସୁଅ ଏଭଳି ଚାଲିଥିଲା ଏହାକୁ କାଟି ଗାଡ଼ି ଚାଲିବା ଅସମ୍ଭବ ହୋଇଥିଲା ।
ସବୁଠୁ ବଳିଯାଇଥିଲା ଇସ୍କନ୍ ମନ୍ଦିର ଆଗର ସ୍ଥିତି । ରାତି ଯୋଗୁ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ କମ୍ ଥିଲା ତଥାପି ଅନେକ ନାଇଟ୍ କୋଚ୍ ବସ୍ ଓ କାର୍ ପାଣି ଭିତରେ ଫସି ରହିଥିଲେ ।
ରାତି ଅଧିଆ ଏହି ବର୍ଷାରେ ସବୁଠୁ ବେଶି କଲବଲ୍ ହୋଇଛନ୍ତି ବସ୍ତି ବାସିନ୍ଦା । କାହା ଘର କାନ୍ଥ ଶୋଇପଡ଼ିଛି ତ ଆଉ କାହା ଆଜବେଷ୍ଟସ୍ ଉପରେ ଗଛ ଡାଳ ଆସି ପଡ଼ିଥିଲା । ଅନେକ ବସ୍ତିରେ ଘର ଭିତରେ ପାଣି ପଶି ଯାଇଥିଲା । ୟୁନିଟ୍ ଅଞ୍ଚଳରେ ଚାମ୍ବରରୁ ପାଣି ଉଚ୍ଛୁଳି ଲୋକଙ୍କ ଘରେ ପଶିଥିଲା । ଛୋଟରୁ ବଡ଼ ସମସ୍ତେ ଜଳ ଯନ୍ତ୍ରଣାରେ ନାକେଦମ୍ ହୋଇଥିଲେ । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦ ଛାତି ଥରାଇ ଦେଉଥିଲା । ଘଣ୍ଟାକୁ ପ୍ରାୟ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଥିଲା । ବର୍ଷା ପାଇଁ ବିଦ୍ୟୁତ୍ ସରବରାହ ବ୍ୟାଘାତ ହୋଇଥିଲା । ପୂରା ରାତି ଅନ୍ଧାରରେ ପାହିଯାଇଥିଲା ।
ସେହିପରି କଟକର କେଶରପୁର, ଓଡ଼ିଆ ବଜାର, ପଟାପୋଲ, ଗହ୍ମାଡ଼ିଆ, ସାଆନ୍ତସାହି, ସେମିନାରୀ ଛକ, ପିଠାପୁରର କିଛି ଅଂଶ, ମାନସିଂହପାଟଣା, ତୁଳସୀପୁର ୱେୟାରଲେସ୍ ଅଫିସ ପାଖ ଓ କେବିକେ ରୋଡ୍ ଭଳି ଅଞ୍ଚଳରେ ପାଣି ଜମି ଯାଇଥିଲା । ଅରୁଣୋଦୟ ନଗରଠୁ ବାଦାମବାଡ଼ି ଅଞ୍ଚଳ ପାଣିରେ ଉବୁଟୁବୁ ହୋଇଥିଲା । ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଅନେକ ବିଭାଗରେ ପାଣି ଲହଡ଼ି ଭାଙ୍ଗୁଥିଲା । ଆଚାର୍ଯ୍ୟ ହରିହର କକର୍ଟ କେନ୍ଦ୍ର ପରିସରରେ ବି ପାଣି ପଶିଯାଇଥିଲା
କାଳବୈଶାଖୀ ପ୍ରଭାବରେ ଶନିବାର ରାତିରେ ରାଜଧାନୀରେ ପ୍ରବଳ ବର୍ଷ ହୋଇଛି । ଭୁବନେଶ୍ୱରରେ ୭୬.୮ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରାଦ୍ୱୀପରେ ୫୧.୪ମିମି, ପୁରୀରେ ୩୭.୮ ମିମି, ବାଲେଶ୍ୱରରେ ୩୫ମିମି, ଚାନ୍ଦବାଲିରେ ୩୨ମିମି ବର୍ଷା ରେକର୍ଡ କରାଯାଇଛି ।