ଶସ୍ତା ହେଲା ସୁନା, ଜାଣନ୍ତୁ ଅଲଟାଇମ ହାଇରୁ ତଳକୁ ଖସିଲା କେତେ?
ନୂଆଦିଲ୍ଲୀ ୨୪।୩: ସୁନା ଦର ଗତ ୧୯ ମାର୍ଚ୍ଚ ବୁଧବାର ସର୍ବକାଳୀନ ଉଚ୍ଚତମ ସ୍ତର ୯୧,୯୫୦ ପ୍ରତି ୧୦ ଗ୍ରାମକୁ ପହଞ୍ଚିଥିଲା। ଏହାପରେ ଦର ଲଗାତାର ତୃତୀୟ ଦିନ ମଧ୍ୟ ହ୍ରାସ ହୋଇଛି। ୨୪ ମାର୍ଚ୍ଚ ସୋମବାର ସୁଦ୍ଧା ସୁନାଦର ସର୍ବକାଳୀନ ଉଚ୍ଚତମ ସ୍ତରରୁ ୧୦ ଗ୍ରାମ ପିଛା ୧,୪୦୦ ଟଙ୍କା ଶସ୍ତା ହୋଇଛି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆସୋସିଏସନ ଅନୁସାରେ ରାଜଧାନୀ ଦିଲ୍ଲୀରେ ସୁନା ଦର ସୋମବାର ୧୦ ଗ୍ରାମ ପିଛା ୭୦୦ ଟଙ୍କା ହ୍ରାସ ହୋଇ ୯୦,୫୫୦ ଟଙ୍କାରେ କାରବାର ହୋଇଛି। ତେବେ ଏହି ସମୟରେ ରୂପା ୨୦୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ରୂପା କେଜି ପିଛା ଦର ୧ଲକ୍ଷ ୫୦୦ ଟଙ୍କାକୁ ପହଞ୍ଚି ଯାଇଛି। ଜ୍ୱେଲର୍ସ ଆସୋସିଏସନ ଅନୁସାରେ ସୁନା ମୂଲ୍ୟରେ ଏପରି ହ୍ରାସ ଶୀର୍ଷ ସ୍ତରରେ ଲାଭ ଅସୁଲି ଯୋଗୁ ହେଉଛି। ଗତ ସପ୍ତାହରେ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁନା ଦର ଲଗାତାର ବଢି ଚାଲିଥିଲା। ଫଳରେ ସୁନା ଦର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚି ଥିଲା। ତେବେ ଗୁରୁବାର ଓ ଶୁକ୍ରବାର ଦର ପଛକୁ ଫେରିଥିଲା। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୧,୨୫୦ ଟଙ୍କାରେ କାରବାର ହୋଇଥିଲା। ବିଶେଷଜ୍ଞଙ୍କ ଅନୁସାରେ ଅନିଶ୍ଚିତତା କାଳରେ ସୁନା ନିବେଶ ପାଇଁ ସର୍ବୋତ୍ତମ। ତେବେ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ଆଶା ଯେତିକି ବଢିବାରେ ଲାଗିଛି ଟ୍ରେଡର୍ସ ସୁନାରେ କରିଥିବା ସେମାନଙ୍କ ଲଙ୍ଗ ପୋଜିସନରୁ ପ୍
ନୂଆଦିଲ୍ଲୀ ୨୪।୩: ସୁନା ଦର ଗତ ୧୯ ମାର୍ଚ୍ଚ ବୁଧବାର ସର୍ବକାଳୀନ ଉଚ୍ଚତମ ସ୍ତର ୯୧,୯୫୦ ପ୍ରତି ୧୦ ଗ୍ରାମକୁ ପହଞ୍ଚିଥିଲା। ଏହାପରେ ଦର ଲଗାତାର ତୃତୀୟ ଦିନ ମଧ୍ୟ ହ୍ରାସ ହୋଇଛି। ୨୪ ମାର୍ଚ୍ଚ ସୋମବାର ସୁଦ୍ଧା ସୁନାଦର ସର୍ବକାଳୀନ ଉଚ୍ଚତମ ସ୍ତରରୁ ୧୦ ଗ୍ରାମ ପିଛା ୧,୪୦୦ ଟଙ୍କା ଶସ୍ତା ହୋଇଛି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆସୋସିଏସନ ଅନୁସାରେ ରାଜଧାନୀ ଦିଲ୍ଲୀରେ ସୁନା ଦର ସୋମବାର ୧୦ ଗ୍ରାମ ପିଛା ୭୦୦ ଟଙ୍କା ହ୍ରାସ ହୋଇ ୯୦,୫୫୦ ଟଙ୍କାରେ କାରବାର ହୋଇଛି।
ତେବେ ଏହି ସମୟରେ ରୂପା ୨୦୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ରୂପା କେଜି ପିଛା ଦର ୧ଲକ୍ଷ ୫୦୦ ଟଙ୍କାକୁ ପହଞ୍ଚି ଯାଇଛି। ଜ୍ୱେଲର୍ସ ଆସୋସିଏସନ ଅନୁସାରେ ସୁନା ମୂଲ୍ୟରେ ଏପରି ହ୍ରାସ ଶୀର୍ଷ ସ୍ତରରେ ଲାଭ ଅସୁଲି ଯୋଗୁ ହେଉଛି। ଗତ ସପ୍ତାହରେ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁନା ଦର ଲଗାତାର ବଢି ଚାଲିଥିଲା। ଫଳରେ ସୁନା ଦର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚି ଥିଲା। ତେବେ ଗୁରୁବାର ଓ ଶୁକ୍ରବାର ଦର ପଛକୁ ଫେରିଥିଲା।
ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୧,୨୫୦ ଟଙ୍କାରେ କାରବାର ହୋଇଥିଲା। ବିଶେଷଜ୍ଞଙ୍କ ଅନୁସାରେ ଅନିଶ୍ଚିତତା କାଳରେ ସୁନା ନିବେଶ ପାଇଁ ସର୍ବୋତ୍ତମ। ତେବେ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ଆଶା ଯେତିକି ବଢିବାରେ ଲାଗିଛି ଟ୍ରେଡର୍ସ ସୁନାରେ କରିଥିବା ସେମାନଙ୍କ ଲଙ୍ଗ ପୋଜିସନରୁ ପ୍ରଫିଟ ବୁକ୍ କରୁଛନ୍ତି। କାରଣ ଯଦି ଏହି ଯୁଦ୍ଧ ସମାପ୍ତ ହୋଇଯାଏ ତେବେ ବିଶ୍ୱରେ ଇନ୍ଧନ, ଶକ୍ତି, ଗହମ ଓ ସାର ମୂଲ୍ୟରେ ସ୍ଥିରତା ଆସିଯିବ। ଏହା ଛଡା ସମସ୍ତ ଯୋଗାଣ ଶୃଙ୍ଖଳା ମଧ୍ୟ ସ୍ଥିର ହେବ। ଏଣୁ ନିବେଶକ ସୁନା ବଦଳେ ଅନ୍ୟ ଆସେଟରେ ନିବେଶ ପାଇଁ ମନ ବଳେଇବେ। ଖାସ ଏହି କାରଣରୁ ସ୍ପଟ ଗୋଲ୍ଡ ସମେତ ଫ୍ୟୁଚର ଗୋଲ୍ଡରେ ମଧ୍ୟ ଦୁର୍ବଳତା ଆସିଗଲାଣି।