ପବିତ୍ର ଅଁଳା ନବମୀ; ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ,୧୦/୧୧: ଆଜି ପବିତ୍ର ଅଁଳା ନବମୀ । ଏହି ଅବସରରେ ଶ୍ରୀଗୋପାଳଜିଉ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷରେ ଥରେ ରାଧାପାଦ ଦର୍ଶନ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ଛାୟାପ୍ରଦ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ସାକ୍ଷୀଗୋପାଳ ଅଞ୍ଚଳ । ଶ୍ରୀଗୋପାଳଜିଉ ମନ୍ଦିରକୁ ଫୁଲ ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ସିଂହଦ୍ୱାର, ବକୁଳ ବନ, ପଞ୍ଚସଖା ସମାଧି ପୀଠ, ବସ୍‌ଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ୍‌ ରାସ୍ତା ଓ ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ସତ୍ୟବାଦୀ  ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ।ପୁରୀ ପଟୁ ଆସୁଥିବା ଯାନବାହାନ ମହାମାୟା ସାହି  ଦେଇ ସାକ୍ଷୀଗୋପାଳ ଷ୍ଟେସନ୍‌ ପଡ଼ିଆରେ ପାର୍କିଂ କରାଯାଉଛି । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନ ସାକ୍ଷୀଗୋପାଳ କଲେଜ ବାଇପାସ୍‌  ରାସ୍ତା ଦେଇ କୋର୍ଟ ଉପର ପଡ଼ିଆରେ ପାର୍କିଂ ହେବ। ସୁରକ୍ଷା ଲାଗି ୨୦ ପ୍ଲାଟୁନ୍‌ ଫୋର୍ସ, ୩ ଜଣ ଅତିରିକ୍ତ ଏସ୍‌ପି, ୮ଜଣ ଏସ୍‌ଡିପିଓଙ୍କ ସମେତ ସତ୍ୟବାଦୀ ଥାନା ଆଇଆ

ପବିତ୍ର ଅଁଳା ନବମୀ; ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ,୧୦/୧୧: ଆଜି ପବିତ୍ର ଅଁଳା ନବମୀ । ଏହି ଅବସରରେ ଶ୍ରୀଗୋପାଳଜିଉ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷରେ ଥରେ ରାଧାପାଦ ଦର୍ଶନ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । 

ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଥାକିଆ ଛାୟାପ୍ରଦ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ସାକ୍ଷୀଗୋପାଳ ଅଞ୍ଚଳ । ଶ୍ରୀଗୋପାଳଜିଉ ମନ୍ଦିରକୁ ଫୁଲ ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ସିଂହଦ୍ୱାର, ବକୁଳ ବନ, ପଞ୍ଚସଖା ସମାଧି ପୀଠ, ବସ୍‌ଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ୍‌ ରାସ୍ତା ଓ ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ସତ୍ୟବାଦୀ  ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ।

ପୁରୀ ପଟୁ ଆସୁଥିବା ଯାନବାହାନ ମହାମାୟା ସାହି  ଦେଇ ସାକ୍ଷୀଗୋପାଳ ଷ୍ଟେସନ୍‌ ପଡ଼ିଆରେ ପାର୍କିଂ କରାଯାଉଛି । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନ ସାକ୍ଷୀଗୋପାଳ କଲେଜ ବାଇପାସ୍‌  ରାସ୍ତା ଦେଇ କୋର୍ଟ ଉପର ପଡ଼ିଆରେ ପାର୍କିଂ ହେବ। ସୁରକ୍ଷା ଲାଗି ୨୦ ପ୍ଲାଟୁନ୍‌ ଫୋର୍ସ, ୩ ଜଣ ଅତିରିକ୍ତ ଏସ୍‌ପି, ୮ଜଣ ଏସ୍‌ଡିପିଓଙ୍କ ସମେତ ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର  ସାହୁଙ୍କ ସହିତ ଅନ୍ୟ ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ୩୦ଟି ସ୍ଥାନରେ ସିସି କ୍ୟାମେରା ଲଗା ଯାଇଛି । ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ ପାଦ ଦର୍ଶନକୁ ନେଇ ସେବାୟତ ସଂଘ ପକ୍ଷରୁ ରବିବାର ଅଁଳା ନବମୀ ଦେବନୀତି ନିର୍ଘଣ୍ଟ  ସ୍ଥିର କରାଯାଇଛି । 

ଶନିବାର ରାତି ୧ଟାରେ ଦ୍ୱାରଫିଟା, ସାଢ଼େ ୧ଟାରେ ମଙ୍ଗଳ ଆଳତି,   ବେଶ, ମଇଲମ, ନଟବର ବେଶ ରାତି ସାଢ଼େ ୧ଟାରୁ ୩ଟା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନମୋହନ ଭୋଗ  ଭୋର ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ, ମନ୍ଦିର କର୍ମଚାରୀ ଓ ସେବାୟତଙ୍କ ଦର୍ଶନ ସକାଳ ସାଢ଼େ  ୫ଟା ପର୍ଯ୍ୟନ୍ତ ଚାଲିଥିଲା ରବିବାର ସକାଳ ୬ଟାରୁ ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହା  ଅପରାହ୍ଣ ୫ଟା   ପର୍ଯ୍ୟନ୍ତ ଚାଲିବ । ଅପରାହ୍ଣ ୫ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏହାପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଯାହା ରାତି ୧୧ଟା ଯାଏ ଚାଲିବ । ମନ୍ଦିର କର୍ମଚାରୀ ଓ  ସେବାୟତ ଦର୍ଶନ ରାତ୍ର ୧୧ଟାରୁ ୧୨ଟା ପର୍ଯ୍ୟନ୍ତ  ହେବ ବୋଲି ନୀତି ନିର୍ଦ୍ଧାରଣ କରାଯାଇଛି ।