ଗ୍ରାହକଙ୍କୁ ବଡ଼ ଝଟକା: ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୪।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଆଜି ଦିଲ୍ଲୀରେ ସୁନାର ମୂଲ୍ୟ ୪୦୦ ଟଙ୍କା ବୃଦ୍ଧି ପାଇ ପ୍ରତି […] The post ଗ୍ରାହକଙ୍କୁ ବଡ଼ ଝଟକା: ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ… appeared first on Dharitri Odia News.

ଗ୍ରାହକଙ୍କୁ ବଡ଼ ଝଟକା: ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୪।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଆଜି ଦିଲ୍ଲୀରେ ସୁନାର ମୂଲ୍ୟ ୪୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୮୫,୩୦୦ ଟଙ୍କାରେ ପହଞ୍ଚିଛି। ଅଲ ଇଣ୍ଡିଆ ସରାଫା ଆସୋସିଏଶନ ଅନୁଯାୟୀ, ଅଳଙ୍କାର ବ୍ୟବସାୟୀ ଏବଂ ଷ୍ଟକିଷ୍ଟଙ୍କ କ୍ରମାଗତ ଚାହିଦା ଯୋଗୁ ମୂଲ୍ୟ ଏତେ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦର ୮୪,୦୬୦ ଥିବା ବେଳେ ଗତ କାଲି ୮୪,୫୦୦ ଥିଲା।

ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲାଗୁ ହେବା ଏବଂ ଡଲାର ସୂଚକାଙ୍କରେ ବୃଦ୍ଧି ଯୋଗୁ ବାଣିଜ୍ୟ ଯୁଦ୍ଧର ଗୁଜବ ମଧ୍ୟରେ ଟଙ୍କା ଦ୍ରୁତ ଗତିରେ ହ୍ରାସ ପାଇଛି। ସୋମବାର ବିଦେଶୀ ମୁଦ୍ରା ବଜାରରେ ଟଙ୍କା ୫୫ ପଇସାର ଏକ ବଡ଼ ହ୍ରାସ ସହିତ ୮୭.୧୭ (ଅସ୍ଥାୟୀ) ପ୍ରତି ଡଲାରରେ ବନ୍ଦ ହୋଇଥିଲା।

The post ଗ୍ରାହକଙ୍କୁ ବଡ଼ ଝଟକା: ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ… appeared first on Dharitri Odia News.