ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ ସବୁକିଛି ଉଜାଡ଼ି ଦେଇଛି। କାଳବୈଶାଖୀ ପ୍ରଭାବରେ ମନହରପୁର ଗ୍ରାମରେ ବ୍ୟପକ କ୍ଷୟକ୍ଷତି ଘଟି ବଡ଼ବଡ଼ ଗଛ ଭାଙ୍ଗି ଉପାଡ଼ି ଦେଇଥିବା ବେଳେ ଘରର ଆଜବେଷ୍ଟସ୍‌ ଉଡାଇ ନେଇଛି। ପଣସଡିହା ଗ୍ରାମର ଶିବ ପଢିଆଳିଙ୍କ ଘରର ଛପର ଉଡ଼ାଇ ନେଇଛି। ସେହିପରି ଜୟନ୍ତୀବେଡା ଗ୍ରାମର ସୁଦୟା ବେହେରାଙ୍କ ଘରର ଆଜବେଷ୍ଟସ୍‌ ଉଡ଼ାଇ […] The post ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର appeared first on Dharitri Odia News.

ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ/ବିପିନ ଦାସ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଣସଡିହା ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ପବନ ସବୁକିଛି ଉଜାଡ଼ି ଦେଇଛି।
କାଳବୈଶାଖୀ ପ୍ରଭାବରେ ମନହରପୁର ଗ୍ରାମରେ ବ୍ୟପକ କ୍ଷୟକ୍ଷତି ଘଟି ବଡ଼ବଡ଼ ଗଛ ଭାଙ୍ଗି ଉପାଡ଼ି ଦେଇଥିବା ବେଳେ ଘରର ଆଜବେଷ୍ଟସ୍‌ ଉଡାଇ ନେଇଛି। ପଣସଡିହା ଗ୍ରାମର ଶିବ ପଢିଆଳିଙ୍କ ଘରର ଛପର ଉଡ଼ାଇ ନେଇଛି। ସେହିପରି ଜୟନ୍ତୀବେଡା ଗ୍ରାମର ସୁଦୟା ବେହେରାଙ୍କ ଘରର ଆଜବେଷ୍ଟସ୍‌ ଉଡ଼ାଇ ନେଇଥିବା ବେଳେ ପଣସଡିହା ଗ୍ରାମର ଅର୍ଷୁ ସୋରେନଙ୍କ ଘର ଉପରେ ଗଛ ପଡ଼ି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସେହିପରି କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମର ପ୍ରଦୀପ ସାହୁଙ୍କ ଛେଳି ଘରର ଆଜ୍‌ବେଷ୍ଟସ୍‌ ଉଡ଼ାଇ ନେଇଯାଇଥିବା ବେଳେ, ଶରତ ସାହୁଙ୍କ ଗୁହାଳ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

The post ଘରର ଛପର ଉଡ଼ାଇ ନେଲା କାଳବୈଶାଖୀ, ବାସହରା ପରିବାର appeared first on Dharitri Odia News.