କ୍ଵାର୍ଟର ଫାଇନାଲ୍‌ରେ ରୀତିକା ହୁଡ୍ଡା, ହଙ୍ଗେରୀ ରେସଲରଙ୍କୁ ଦେଲେ ୧୨-୨ରେ ମାତ୍

ପ୍ୟାରିସ: ଭାରତୀୟ କୁସ୍ତି ଯୋଦ୍ଧା ରୀତିକା ହୁଡ୍ଡା ମହିଳା ୭୬ କିଲୋଗ୍ରାମ ବର୍ଗରେ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ପ୍ରିକ୍ଵାର୍ଟର  ମ୍ୟାଚ୍‌ରେ ରୀତିକା ହୁଡ୍ଡା ହଙ୍ଗେରୀର ରେସଲର ବର୍ଣ୍ଣାଡେଟ୍ ନାଗିଙ୍କୁ ୧୨-୨ରେ ହରାଇଛନ୍ତି। ରୀତିକାଙ୍କ ବର୍ତ୍ତମାନ ରାଙ୍କିଙ୍ଗ ୫୪ ହୋଇଥିବା ବେଳେ ବର୍ଣ୍ଣାଡେଟଙ୍କ ରାଙ୍କିଙ୍ଗ ୧୬ ରହିଛି। ତେଣୁ ରୀତିକା ମ୍ୟାଚ୍ ଜିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।କ୍ଵାର୍ଟର ଫାଇନାଲ୍‌ରେ ରୀତିକା ଟପ୍ ସିଡ ତଥା ୨ ଥରର ବିଶ୍ଵ ଚାମ୍ପିଅନସିପ ପଦକ ବିଜେତା କିର୍ଗିସ୍ତାନର ଏପେରୀ କାଇଜିଙ୍କୁ ଭେଟିବେ। କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ୪ଟା ୨୫ରେ ଆରମ୍ଭ ହୋଇଛି। ରୀତିକା ପ୍ରିକ୍ଵାର୍ଟରରେ ହଙ୍ଗେରୀ ରେସଲରଙ୍କ ଉପରେ ପୁରା ଭାରି ପଡ଼ିଥିଲେ। ରୀତିକା ଟେକ୍ନିକଲ ସୁପରିୟରିଟି ଆଧାରରେ ଜିତିଛନ୍ତି। 

କ୍ଵାର୍ଟର ଫାଇନାଲ୍‌ରେ ରୀତିକା ହୁଡ୍ଡା, ହଙ୍ଗେରୀ ରେସଲରଙ୍କୁ ଦେଲେ ୧୨-୨ରେ ମାତ୍

ପ୍ୟାରିସ: ଭାରତୀୟ କୁସ୍ତି ଯୋଦ୍ଧା ରୀତିକା ହୁଡ୍ଡା ମହିଳା ୭୬ କିଲୋଗ୍ରାମ ବର୍ଗରେ କ୍ଵାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ପ୍ରିକ୍ଵାର୍ଟର  ମ୍ୟାଚ୍‌ରେ ରୀତିକା ହୁଡ୍ଡା ହଙ୍ଗେରୀର ରେସଲର ବର୍ଣ୍ଣାଡେଟ୍ ନାଗିଙ୍କୁ ୧୨-୨ରେ ହରାଇଛନ୍ତି। ରୀତିକାଙ୍କ ବର୍ତ୍ତମାନ ରାଙ୍କିଙ୍ଗ ୫୪ ହୋଇଥିବା ବେଳେ ବର୍ଣ୍ଣାଡେଟଙ୍କ ରାଙ୍କିଙ୍ଗ ୧୬ ରହିଛି। ତେଣୁ ରୀତିକା ମ୍ୟାଚ୍ ଜିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

କ୍ଵାର୍ଟର ଫାଇନାଲ୍‌ରେ ରୀତିକା ଟପ୍ ସିଡ ତଥା ୨ ଥରର ବିଶ୍ଵ ଚାମ୍ପିଅନସିପ ପଦକ ବିଜେତା କିର୍ଗିସ୍ତାନର ଏପେରୀ କାଇଜିଙ୍କୁ ଭେଟିବେ। କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ୪ଟା ୨୫ରେ ଆରମ୍ଭ ହୋଇଛି। ରୀତିକା ପ୍ରିକ୍ଵାର୍ଟରରେ ହଙ୍ଗେରୀ ରେସଲରଙ୍କ ଉପରେ ପୁରା ଭାରି ପଡ଼ିଥିଲେ। ରୀତିକା ଟେକ୍ନିକଲ ସୁପରିୟରିଟି ଆଧାରରେ ଜିତିଛନ୍ତି।