ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ପାଟଣାଗଡ ୮।୩: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ  ଭର୍ତ୍ତି ଟାଟା ସୁମୋ ଗାଡି ଦ୍ରୁତ ଗତିରେ ଯାଉଥିବା ବେଳେ  ଡ୍ରାଇଭର ଭାରସାମ୍ୟ ହରାଇ ଏକ ଘରେ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଗୁରୁତର ହୋଇ ପଡିଥିଲେ । ଘଟଣାର ଖବର ପାଇ ଲାଠୋର ପୋଲିସ ପହଞ୍ଚି ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡ଼ି ଥାନାକୁ ଆଣିଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖି ଡ୍ରାଇଭରକୁ ପାଟଣାଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।ଏକ ଟାଟା ସୁମୋ ଗାଡି ଗଞ୍ଜେଇ ଭର୍ତ୍ତି କରି ଦ୍ରୁତ ଗତିରେ ଆସି ଏକ ଘର ଉପରେ ମାଡି ଯାଇଥିଲା । ଯାହା ଫଳରେ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ଘରେ ଶୋଇଥିବା ଲୋକମାନେ ଅଳ୍ପକେ ଭର୍ତ୍ତି ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଲାଠୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ  ଗାଡିକୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଗଞ୍ଜେଇ ବୋଝେଇ ଟାଟା ସୁମୋ ଗାଡି ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ପାଟଣାଗଡ ୮୩: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ  ଭର୍ତ୍ତି ଟାଟା ସୁମୋ ଗାଡି ଦ୍ରୁତ ଗତିରେ ଯାଉଥିବା ବେଳେ  ଡ୍ରାଇଭର ଭାରସାମ୍ୟ ହରାଇ ଏକ ଘରେ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଗୁରୁତର ହୋଇ ପଡିଥିଲେ । ଘଟଣାର ଖବର ପାଇ ଲାଠୋର ପୋଲିସ ପହଞ୍ଚି ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡ଼ି ଥାନାକୁ ଆଣିଥିଲା । ଏନେଇ ଅଧିକ ତଦନ୍ତ ଜାରି ରଖି ଡ୍ରାଇଭରକୁ ପାଟଣାଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

ଏକ ଟାଟା ସୁମୋ ଗାଡି ଗଞ୍ଜେଇ ଭର୍ତ୍ତି କରି ଦ୍ରୁତ ଗତିରେ ଆସି ଏକ ଘର ଉପରେ ମାଡି ଯାଇଥିଲା । ଯାହା ଫଳରେ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ଘରେ ଶୋଇଥିବା ଲୋକମାନେ ଅଳ୍ପକେ ଭର୍ତ୍ତି ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଲାଠୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ  ଗାଡିକୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।