ବର୍ଷକ ମଧ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ: ବଘେଲ
ନୂଆଦିଲ୍ଲୀ,୭ା୬: ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ସହଯୋଗୀ ଦଳଗୁଡ଼ିକର ସହଯୋଗରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି। ତେବେ ବର୍ଷକ ମଧ୍ୟରେ ଦେଶ ମଧ୍ୟବର୍ତ୍ତୀକାଳୀନ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବ ବୋଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଶୁକ୍ରବାର ପୂର୍ବାନୁମାନ କରିଛନ୍ତି। ୬ ମାସରୁ ବର୍ଷକ ମଧ୍ୟରେ ନିର୍ବାଚନ ହୋଇପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ସାଧାରଣ […] The post ବର୍ଷକ ମଧ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ: ବଘେଲ appeared first on Dharitri Odia News.
ନୂଆଦିଲ୍ଲୀ,୭ା୬: ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ସହଯୋଗୀ ଦଳଗୁଡ଼ିକର ସହଯୋଗରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି। ତେବେ ବର୍ଷକ ମଧ୍ୟରେ ଦେଶ ମଧ୍ୟବର୍ତ୍ତୀକାଳୀନ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବ ବୋଲି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ଶୁକ୍ରବାର ପୂର୍ବାନୁମାନ କରିଛନ୍ତି।
୬ ମାସରୁ ବର୍ଷକ ମଧ୍ୟରେ ନିର୍ବାଚନ ହୋଇପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବା ଅବସରରେ ବଘେଲ କହିଥିଲେ, ଦେଶବାସୀ ନିର୍ବାଚନରେ ଭାଜପାକୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କ ରାଜସ୍ଥାନ ପ୍ରତିପକ୍ଷ ଭଜନଲାଲ୍ ଶର୍ମା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କୁ ସେ କଟାକ୍ଷ କରିଛନ୍ତି।
ଯୋଗୀଙ୍କ ଆସନ ଦୋହଲୁଥିବାବେଳେ ଭଜନଲାଲ୍ ଟଳମଳ ହେଉଛନ୍ତି। ଫଡ୍ନବିସ ଇସ୍ତଫା ପ୍ରସ୍ତାବ ଦେଇଛନ୍ତି। ଯେଉଁମାନେ ଦିନକୁ ୩ ଥର ପୋଷାକ ବଦଳାଉଥିଲେ, ଏବେ ଗୋଟିଏ ପୋଷାକରେ ୩ଟି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ବୋଲି ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ବଘେଲ କହିଛନ୍ତି।
The post ବର୍ଷକ ମଧ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ: ବଘେଲ appeared first on Dharitri Odia News.