ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ : ନିବେଶକଙ୍କ ମୁଣ୍ଡରେ ଚଡ଼କ । ଲଗାତର ୫ ଟି ସେସନରେ ଚାଲିଛି ଭାରତୀୟ ମାର୍କେଟ। ୫... The post ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ appeared first on .

ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ : ନିବେଶକଙ୍କ ମୁଣ୍ଡରେ ଚଡ଼କ । ଲଗାତର ୫ ଟି ସେସନରେ ଚାଲିଛି ଭାରତୀୟ ମାର୍କେଟ। ୫ ଟ୍ରେଡିଂ ସେସନରେ ନିବେଶକଙ୍କ ୨୩ ଲକ୍ଷ କୋଟି ଟଙ୍କା ଗୋଲ୍ ହୋଇଗଲାଣି। ଏଥିରୁ ଜାଣି ହେଉଥିବା ମାର୍କେଟର ସ୍ଥିତି। ଆଜି ଦିନକରେ ଉଡ଼ି ଯାଇଛି ୬ ଲକ୍ଷ ୮୦ ହଜାରର କୋଟି ଟଙ୍କା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଆଜି ୯ ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ଦୀର୍ଘଦିନ ପରେ ୭୮ ହଜାର ତଳକୁ ଆସିଛି। କାରବାର ଶେଷବେଳକୁ ସେନସେକ୍ସ ୧.୨୫ ପ୍ରତିଶତ ହ୍ରାସ ପାଇ ୭୭,୬୯୦ ପଏଣ୍ଟରେ କ୍ଲୋଜ୍ ହୋଇଛି। ସେହିପରି ନିଫଟି-ଫିଫଟିରେ ମଧ୍ୟ ବଡ଼ ଧରଣର ଫଲ୍ ଦେଖିବାକୁ ମିଳିଛି। ନିଫଟି ୩୨୪ ପଏଣ୍ଟର ହ୍ରାସ ସହିତ ୨୩,୫୫୯ ପଏଣ୍ଟରେ କ୍ଲୋଜ୍ ହୋଇଛି। ବ୍ୟାଙ୍କ ନିଫଟିରେ ୯୦୦ ପଏଣ୍ଟର ହ୍ରାସ ହୋଇଥିବା ବେଳେ ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ସେଗମେଣ୍ଟରେ ୨.୫ ପ୍ରତିଶତର ହ୍ରାସ ପରିଲକ୍ଷିତ ହୋଇଛି। ୪ଟି ପ୍ରମୁଖ କାରଣ ପାଇଁ ମାର୍କେଟରେ ଏତେ ବଡ଼ ହ୍ରାସ ହୋଇଛି। ବିଭିନ୍ନ ଭାରତୀୟ କଂପାନୀର ଦ୍ଵିତୀୟ କ୍ଵାଟରରେ ରେଜଲ୍ଟ ଖରାପ ଆସିଛି। ଆମେରିକାରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଡଲାରର ମୂଲ୍ୟ ଟଙ୍କା ତୁଳନାରେ ବଢିବାରେ ଲାଗିଛି। ଦିନକୁ ଦିନ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତକାଲି ଭାରତର ଅକ୍ଟୋବରର ମୁଦ୍ରାସ୍ଫିତି ରିପୋର୍ଟ ପ୍ରକାଶ ପାଇଥିଲା। ଏହା ୧୪ ମାସରେ ସର୍ବାଧିକ ୬.୨୧ ପ୍ରତିଶତ ରହିଥିଲା। ବିଦେଶୀ ନିବେଶକ ବା FII ଲଗତାର ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ନଭେମ୍ବର ମାସରେ FII ୨୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗତ ୩ ମାସରେ ୨ ଲକ୍ଷ ୭୯ ହଜାର କୋଟିର ପୁଞ୍ଜି ସେମାନେ ପ୍ରତ୍ୟାହାର କରିଛନ୍ତି। ଆଜି ଆଇଟି, PSU, ବ୍ୟାଙ୍କି, ପାୱାର, ଅଟୋମୋବାଇଲ୍, ମିଡିଆ, ମେଟାଲ୍, ଫାର୍ମା ପ୍ରଭୃତି ସେକ୍ଟରରେ ଫଲ୍ ଦେଖିବାକୁ ମିଳିଛି। ହିରୋ ମୋଟର କର୍ପୋରେସନ୍, ହିଣ୍ଡାଲକୋ, ଆଇଚର ମୋଟର୍ସ, ଟାଟା ଷ୍ଟିଲ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପ୍ରଭୃତି କଂପାନୀର ସେୟାର ୪ରୁ ୫ ପ୍ରତିଶର ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି।

The post ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ appeared first on .