ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆପ୍ : ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆମ୍ ଆଦମୀ ପାର୍ଟି। ନିଯୁକ୍ତି ନେଇ ଗତ ୧୦... The post ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆପ୍ : ଅରବିନ୍ଦ କେଜ୍ରିୱାଲ appeared first on .
ନୂଆଦିଲ୍ଲୀ : ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆମ୍ ଆଦମୀ ପାର୍ଟି। ନିଯୁକ୍ତି ନେଇ ଗତ ୧୦ ବର୍ଷ ଧରି ଆପ୍ ସରକାର ବିଭିନ୍ନ ସ୍ତରରେ ଉଦ୍ଯମ ଜାରି ରଖିଛି। ଶିକ୍ଷା, ପାନୀୟ ଜଳ, ସ୍ବାସ୍ଥ୍ଯ ଆଦି କ୍ଷେତ୍ରରେ ବ୍ଯାପକ ବିକାଶ ସାଧିତ ହୋଇଛି। ତେବେ ରୋଜଗାରେ ଏବେ ମୁଖ୍ଯ ସମସ୍ଯା ଭାବେ ଠିଆ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ବେରୋଜଗାରୀ ବଢିଛି। ଆସନ୍ତା ୫ ବର୍ଷରେ ଦିଲ୍ଲୀରୁ ବେରୋଜଗାରୀ ହଟାଇବା ଆପର ମୁଖ୍ଯ ଆହ୍ବାନ ହେବ ବୋଲି କହିଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି- କରୋନା କାଳରେ ବେରୋଜଗାରୀ ବଢିଥିଲା। ତଥାପି ଦିଲ୍ଲୀ ସରକାର ୧୨ ଲକ୍ଷ ଲୋକଙ୍କୁ ଚାକିରି ଦେଇଥିଲେ। ପଞ୍ଜାବରେ ଶିକ୍ଷା ଓ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଇଛି। ଦିଲ୍ଲୀର ବିଭିନ୍ନ କ୍ଷେତ୍ରରେ ଐତିହାସିକ ସଫଳତା ହାସଲ ହୋଇଛି ବୋଲି କହିଛନ୍ତି କେଜରିୱାଲ। ତେଣେ ଆପର ପ୍ରଚାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍।
The post ଦିଲ୍ଲୀରେ ବେରୋଜଗାର ହଟାଇବା ଲାଗି ସଂଗ୍ରାମ କରୁଛି ଆପ୍ : ଅରବିନ୍ଦ କେଜ୍ରିୱାଲ appeared first on .