ବିଧାନସଭା ନିର୍ବାଚନ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଦିଲ୍ଲୀର ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା। ଆପ୍ ଯଦି... The post ବିଧାନସଭା ନିର୍ବାଚନ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା appeared first on .
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଦିଲ୍ଲୀର ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା। ଆପ୍ ଯଦି ପୁଣି ସରକାରକୁ ଆସେ ତେବେ ମନ୍ଦିର ପୂଜକ ଓ ଗୁରୁଦ୍ବାରର ଗ୍ରନ୍ଥିମାନଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ଦିଆଯିବ ବୋଲି କରିଛନ୍ତି ଘୋଷଣା। ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ଧାର୍ମିକ ପ୍ରଥାର ସୁରକ୍ଷା ଦିଗରେ ପୂଜକ ଓ ଗ୍ରନ୍ଥିମାନଙ୍କ ଅବଦାନ ରହିଛି। ମାତ୍ର ସେମାନଙ୍କ ଆର୍ଥିକ ଉନ୍ନତି ସକାଶେ କେହି ଦୃଷ୍ଟି ଦେଉନାହାନ୍ତି। ସେମାନଙ୍କୁ ସ୍ବଚ୍ଛଳ କରିବା ଲାଗି ଆପ୍ ଏହି ପଦକ୍ଷେପ ନେବ। ଏହି ଦୁଇଟି ଯୋଜନା ନିମନ୍ତେ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ। ହନୁମାନ ମନ୍ଦିରରେ ଏହି ଯୋଜନାର ଶୁଭାରମ୍ଭ ହେବ। ପଞ୍ଜିକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି ନ କରିବାକୁ ବିଜେପିକୁ ଆହ୍ବାନ ଦେଇଛନ୍ତି କେଜ୍ରିୱାଲ। ପୂର୍ବରୁ ଦିଲ୍ଲୀବାସୀଙ୍କ ଲାଗି ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ଘୋଷଣା କରିଥିଲେ କେଜ୍ରିୱାଲ। ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ଯସେବା। ସେହିପରି ମହିଳା ସମ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା।
The post ବିଧାନସଭା ନିର୍ବାଚନ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା appeared first on .