ଆଲୁଓ୍ବାଲିଆ ପ୍ଲାଣ୍ଟ ଇଣ୍ଡକ୍ସନ ଫର୍ନେସ୍ରେ ବିସ୍ଫୋରଣ
ବଡ଼ବିଲ,୩ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁଓ୍ବାଲିଆଙ୍କ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ କାରଖାନାର କେହି ମୃତାହତ ହୋଇ ନ ଥିବା ବେଳେ ଏକ ଟ୍ରକର ଡାଲା ଜଳିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ଶନ ଫର୍ନେସରେ ତତଲା ତରଳ ଲୁହା ଭର୍ତ୍ତି କଣ୍ଟେନରକୁ ତଳକୁ ଓହ୍ଲାଇବା ବେଳେ ହଠାତ୍ ସେଥିରେ ପଙ୍କଚର ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ କରି ସେଠାରେ […] The post ଆଲୁଓ୍ବାଲିଆ ପ୍ଲାଣ୍ଟ ଇଣ୍ଡକ୍ସନ ଫର୍ନେସ୍ରେ ବିସ୍ଫୋରଣ appeared first on Dharitri Odia News.
ବଡ଼ବିଲ,୩ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁଓ୍ବାଲିଆଙ୍କ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ କାରଖାନାର କେହି ମୃତାହତ ହୋଇ ନ ଥିବା ବେଳେ ଏକ ଟ୍ରକର ଡାଲା ଜଳିଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ଶନ ଫର୍ନେସରେ ତତଲା ତରଳ ଲୁହା ଭର୍ତ୍ତି କଣ୍ଟେନରକୁ ତଳକୁ ଓହ୍ଲାଇବା ବେଳେ ହଠାତ୍ ସେଥିରେ ପଙ୍କଚର ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ କରି ସେଠାରେ ବିସ୍ଫୋରଣ ଘଟିଥିଲା ଓ ତତଲା ତରଳ ଲୁହା ଛିଡ଼ା ହୋଇଥିବା ଏକ ଟ୍ରକ୍ ଡାଲା ଉପରେ ଓଜାଡି ହୋଇପଡ଼ିଥିଲା। ଶବ୍ଦ ଶୁଣି ଟ୍ରକ୍ ଛାଡି ପଳାଇବାରୁ ଚାଳକ ବର୍ତ୍ତିଯାଇଥିଲା ବେଳେ ତତଲା ତରଳ ଲୁହାରେ ଟ୍ରକର ଡାଲା ଜଳିଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଶ୍ରମିକ ଓ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ତେବେ ଏ ନେଇ ରୁଗୁଡ଼ି ଥାନା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ତରଣୀସେନ ବାଗ୍ କହିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସ କର୍ମଚାରୀ ପହଞ୍ଚିଛି। କେହି ମୃତାହତ ହୋଇନାହାନ୍ତି ହେଲେ ପ୍ଲାଣ୍ଟ ପକ୍ଷରୁ ପୋଲିସକୁ ଅବଗତ କରାଯାଇନାହିଁ। ଘଟଣା ସମ୍ପର୍କରେ ପ୍ଲାଣ୍ଟ ଏଚ୍ଆର୍ ଚାରୁ ଚନ୍ଦ୍ର ନାଏକ କହିଛନ୍ତି ଯେ, ଇଣ୍ଡକ୍ସନ ଫର୍ନେସରେ ପଙ୍କଚର ଯୋଗୁ ଦୁର୍ଘଟଣା ଘଟିଛି।
The post ଆଲୁଓ୍ବାଲିଆ ପ୍ଲାଣ୍ଟ ଇଣ୍ଡକ୍ସନ ଫର୍ନେସ୍ରେ ବିସ୍ଫୋରଣ appeared first on Dharitri Odia News.