ଅନେକ ଭୂତ ହିତାଧିକାରୀ ଏବଂ ଧନୀ ଲୋକ ରାସନ କାର୍ଡ ହାତେଇଛନ୍ତି, ସେମାନଙ୍କୁ ବାଦ୍ ଦିଆଯାଉଛି- ମନ୍ତ୍ରୀ
ଭୁବନେଶ୍ୱର ୩୧।୦୭ : ତତ୍କାଳୀନ ବିଜେଡି ସରକାର ବିରୁଦ୍ଧରେ ବିଧାନସଭାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବନି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।ସେ ଆହୁରି କହିଛନ୍ତି ଯେ, *ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ କି ଖୋଳ କରିଦେଇଛନ୍ତି । ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ । ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି । ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପଂହଁଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର । ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଭୁବନେଶ୍ୱର ୩୧।୦୭ : ତତ୍କାଳୀନ ବିଜେଡି ସରକାର ବିରୁଦ୍ଧରେ ବିଧାନସଭାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବନି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।
ସେ ଆହୁରି କହିଛନ୍ତି ଯେ, *ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ କି ଖୋଳ କରିଦେଇଛନ୍ତି । ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ । ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି । ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପଂହଁଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର । ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।