ପରୋପକାରୀ ପ୍ରହ୍ଲାଦ : ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ବାଣ୍ଟୁଛନ୍ତି ବିପି ଓ ଡାଇବେଟିସ୍ ଚେକ୍ ମେସିନ୍
କନକବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ। ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିରେ ବିଶ୍ୱାସ କରନ୍ତି ଅସ୍ତରଙ୍ଗ ବରାଙ୍ଗ ଗାଁର ପ୍ରହ୍ଲାଦ ସ୍ଵାଇଁ। ଦିନ ହେଉବା ରାତି, ସବୁ ବେଳେ ରୋଗୀଙ୍କ ସେବାରେ ଲାଗିଥାନ୍ତି। ସେହି ସେବା କ୍ଷେତ୍ରରେ ଆଉପାଦେ ଆଗେଇଛନ୍ତି ପ୍ରହଲ୍ଲାଦ। ଅସ୍ତରଙ୍ଗ ବ୍ଲକର ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ଡାଇବେଟିସ୍ ଓ ବିପି ମାପିବା କାମ ଜାରି ରଖିଛନ୍ତି। ନିଜ ଖର୍ଚ୍ଚରେ ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦିଙ୍କୁ ରକ୍ତଚାପ ଓ ଡାଇବେଟିସ ମାପିବା ପାଇଁ ଡିଜିଟାଲ ମେସିନ ଯୋଗାଇ ଦେଇଛନ୍ତି । ଉଚ୍ଚ ଶିକ୍ଷିତ ପ୍ରହ୍ଲାଦ ଚାଷ କରନ୍ତି । ପ୍ରତିଦିନ ସକାଳୁ ଝାଡୁ କୋଦାଳ ଧରି ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ସଫାସୁତର କରିଥାନ୍ତି । ଏବେ ବରାଙ୍ଗ ଗାଁରେ ୧୪ଟି, ଆଳଙ୍ଗପୁରରେ ୬ଟି ଓ ନଗରରେ ୧୦ଟି ବିପି ଏବଂ ଡାଇବେଟିସ ମେସିନ ବାଣ୍ଟିଛନ୍ତି । ଆସନ୍ତା ୨ମାସ ଭିତରେ ଅସ୍ତରଙ୍ଗ ବ୍ଲକର ସମସ୍ତ ୱାର୍ଡର ସମସ୍ତ ଆଶା ଦିଦିଙ୍କୁ ମେସିନ ଯୋଗାଇ ଦେବା ସହ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୧୨ରେ ପ୍ରହ୍ଲାଦଙ୍କ ଭଉଣୀ ଉଚ୍ଚ ରକ୍ତଚାପ ଓ ଶ୍ବାସରୋଗ ପାଇଁ ମୃତ୍ୟୁବରଣ କରିଥିଲେ। ସେହିଦିନ ଠାରୁ ସେ ନିଜକୁ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ତାଙ୍କ ଭଉଣୀ ଭଳି ଅକାଳରେ ଯେମିତି ଆଉ କାହାରି ଜୀବନ ନଯାଏ ସେଥିପାଇଁ କାର୍ଯ୍ୟ କରି ଆସୁଛନ୍ତି।

କନକବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ। ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିରେ ବିଶ୍ୱାସ କରନ୍ତି ଅସ୍ତରଙ୍ଗ ବରାଙ୍ଗ ଗାଁର ପ୍ରହ୍ଲାଦ ସ୍ଵାଇଁ। ଦିନ ହେଉବା ରାତି, ସବୁ ବେଳେ ରୋଗୀଙ୍କ ସେବାରେ ଲାଗିଥାନ୍ତି। ସେହି ସେବା କ୍ଷେତ୍ରରେ ଆଉପାଦେ ଆଗେଇଛନ୍ତି ପ୍ରହଲ୍ଲାଦ। ଅସ୍ତରଙ୍ଗ ବ୍ଲକର ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ଡାଇବେଟିସ୍ ଓ ବିପି ମାପିବା କାମ ଜାରି ରଖିଛନ୍ତି। ନିଜ ଖର୍ଚ୍ଚରେ ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦିଙ୍କୁ ରକ୍ତଚାପ ଓ ଡାଇବେଟିସ ମାପିବା ପାଇଁ ଡିଜିଟାଲ ମେସିନ ଯୋଗାଇ ଦେଇଛନ୍ତି । ଉଚ୍ଚ ଶିକ୍ଷିତ ପ୍ରହ୍ଲାଦ ଚାଷ କରନ୍ତି ।
ପ୍ରତିଦିନ ସକାଳୁ ଝାଡୁ କୋଦାଳ ଧରି ଅସ୍ତରଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ସଫାସୁତର କରିଥାନ୍ତି । ଏବେ ବରାଙ୍ଗ ଗାଁରେ ୧୪ଟି, ଆଳଙ୍ଗପୁରରେ ୬ଟି ଓ ନଗରରେ ୧୦ଟି ବିପି ଏବଂ ଡାଇବେଟିସ ମେସିନ ବାଣ୍ଟିଛନ୍ତି । ଆସନ୍ତା ୨ମାସ ଭିତରେ ଅସ୍ତରଙ୍ଗ ବ୍ଲକର ସମସ୍ତ ୱାର୍ଡର ସମସ୍ତ ଆଶା ଦିଦିଙ୍କୁ ମେସିନ ଯୋଗାଇ ଦେବା ସହ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
୨୦୧୨ରେ ପ୍ରହ୍ଲାଦଙ୍କ ଭଉଣୀ ଉଚ୍ଚ ରକ୍ତଚାପ ଓ ଶ୍ବାସରୋଗ ପାଇଁ ମୃତ୍ୟୁବରଣ କରିଥିଲେ। ସେହିଦିନ ଠାରୁ ସେ ନିଜକୁ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ତାଙ୍କ ଭଉଣୀ ଭଳି ଅକାଳରେ ଯେମିତି ଆଉ କାହାରି ଜୀବନ ନଯାଏ ସେଥିପାଇଁ କାର୍ଯ୍ୟ କରି ଆସୁଛନ୍ତି।