ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଉତ୍ସବମୁଖର
ଭୁବନେଶ୍ବର : ବର୍ଷକରେ ଦିନଟିଏ। ସବୁକିଛି ଭୁଲି ରଙ୍ଗର ମାହୋଲରେ ଭିଜିଯିବାର ପରମ୍ପରାରେ ମସଗୁଲ ହେବେ ସମସ୍ତେ। ରଙ୍ଗର ପର୍ବ... The post ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଉତ୍ସବମୁଖର appeared first on .
ଭୁବନେଶ୍ବର : ବର୍ଷକରେ ଦିନଟିଏ। ସବୁକିଛି ଭୁଲି ରଙ୍ଗର ମାହୋଲରେ ଭିଜିଯିବାର ପରମ୍ପରାରେ ମସଗୁଲ ହେବେ ସମସ୍ତେ। ରଙ୍ଗର ପର୍ବ ହୋଲି ଲାଗି ସବୁଠି ଉତ୍ସାହ। ପୁରପଲ୍ଲୀରୁ ସହର। ସବୁଠି ରଙ୍ଗ ଉତ୍ସବରେ ମସଗୁଲ ଜନତା। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରୁଛନ୍ତି ହୋଲି। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ପରସ୍ପରକୁ ରଙ୍ଗ ଲଗାଇବା ସହ ପିଚକାରୀ ମାରି ରଙ୍ଗର ପର୍ବକୁ ଭରପୂର ପାଳନ କରୁଛନ୍ତି ଦେଶବାସୀ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ- ସବୁଠି ହୋଲିର ବଡ଼ ସେଲିବ୍ରେସନ। କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି କରାଯାଉଛି ପାଳନ। ହୋଲି ଲାଗି ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି।
The post ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଉତ୍ସବମୁଖର appeared first on .