ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା
ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍ ଦେଇଛି। ତେବେ ଟିକେଟ୍ ଦେବା ପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଏବେ ତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ, କଙ୍ଗନାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଏନେଇ ହିମାଞ୍ଚଳ ପ୍ରଦେଶ […] The post ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍ ଦେଇଛି। ତେବେ ଟିକେଟ୍ ଦେବା ପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଏବେ ତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।
କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ, କଙ୍ଗନାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଏନେଇ ହିମାଞ୍ଚଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି। ବର୍ତ୍ତମାନ ମଣ୍ଡିରୁ ଏମପି ଅଛନ୍ତି ପ୍ରତିଭା ସିଂହ। ଚଳିତ ନିର୍ବାଚନରେ ନିଜେ ନ ଲଢି ପ୍ରତିଭା ନିଜ ପୁଅଙ୍କୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରତିଭା କହିଛନ୍ତି, ପୁଅ ଏହି ଆସନରୁ ଲଢିବା ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛି।
କହିରଖୁଛୁ କି, ବିକ୍ରମାଦତ୍ୟ ମଣ୍ଡିରୁ ଲଢିବା ନେଇ ତାଙ୍କ ମାଆ ଓ ହିମାଞ୍ଚଳ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ତରଫରୁ କୌଣସି ସରକାରୀ ସ୍ତରରେ ଘୋଷଣା କରାଯାଇ ନାହିଁ।
The post ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା appeared first on Dharitri Odia News.