ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୮।୬: ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ପାଇଁ ବାରଂବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ”ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ […] The post ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି appeared first on Dharitri Odia News.

ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୮।୬: ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ପାଇଁ ବାରଂବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ”ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ।”

ତେବେ ପରାଜୟ ପରେ ମଧ୍ୟ ନବୀନ କାର୍ତ୍ତିକ ପାଣ୍ଡିଆଙ୍କ ସପୋର୍ଟରେ ଛିଡା ହୋଇଛନ୍ତି ନବୀନ। ସେ କହିଛନ୍ତି ”ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ଏହା ବ୍ୟତୀତ ମୋ ଉତ୍ତରାଧିକାରୀ ମଧ୍ୟ ପାଣ୍ଡିଆନ ନୁହଁନ୍ତି ବୋଲି ଆଉ ଥରେ ସ୍ପଷ୍ଟ କରୁଛି ଏବଂ ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ।”

ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଥିବା ତାଙ୍କୁ ସାର୍ଟିଫିକେଟ ଦେଇଛନ୍ତି ନବୀନ। ସେ କହିଛନ୍ତି ”ବାତ୍ୟା ଓ କୋଭିଡ୍ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ। ଭଲ କାମ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। ଏପରିକି ବିଜେଡିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି। ପୁଣି କହୁଛି, ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି। ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ।”

The post ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି appeared first on Dharitri Odia News.