ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଶିଖର ଧାଓ୍ବନ ଏବଂ ହୁମା କ୍ୟୁରେସିଙ୍କ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟ ବିବାହ ପୋଷାକରେ ଅଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁହେଁ ବିବାହ କରି ନେଇଥିବା ଅନୁମାନ କରାଯାଉଛି। ଆସନ୍ତୁ ଜାଣିବା ଏହା ପଛର ସତ:- ନିକଟରେ […] The post ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ! appeared first on Dharitri Odia News.

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଶିଖର ଧାଓ୍ବନ ଏବଂ ହୁମା କ୍ୟୁରେସିଙ୍କ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟ ବିବାହ ପୋଷାକରେ ଅଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁହେଁ ବିବାହ କରି ନେଇଥିବା ଅନୁମାନ କରାଯାଉଛି। ଆସନ୍ତୁ ଜାଣିବା ଏହା ପଛର ସତ:-

ନିକଟରେ ଧାଓ୍ବନ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏହାପରେ ସେ ନିଜ ପରିବାର ସହ ଛୁଟି ବିତାଉଛନ୍ତି। ସୋସିଆଲ ମିଡିଆରେ ମଙ୍ଗଳବାର କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଧାଓ୍ବନ ହୁମାଙ୍କ ସହ ବିବାହ ପୋଷାକରେ ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ଆଉ କିଛି ଫଟୋରେ ଉଭୟ ବିବାହ କରୁଥିବା ଭଳି ଲାଗୁଛି।

Shikhar Dhawan-Huma Qureshi Viral Pic

ଭାଇରାଲ ଫଟୋ ବିଷୟରେ କହିଲେ ତାହା ଏଆଇ ଦ୍ୱାରା ପ୍ରସ୍ତୁତ ବୋଲି ଜଣାପଡ଼ଇଛି। ଏହା ସତ ନୁହେଁ ବରଂ ମିଛ ବୋଲି ସ୍ପଷ୍ଟ ହୋଇଛି। ଫଟୋଗୁଡ଼ିକୁ ଡବଲ୍‌ ଏକ୍ସଏଲ୍‌ ଫିଲ୍ମରୁ ନଆଯାଇଛି,ଯେଉଁଥିରେ ହୁମା ଏବଂ ଶିଖର ଏକାଠି କାମ କରିଥିଲେ। ଫିଲ୍ମରେ ଉଭୟଙ୍କ ଏକ ଡ୍ୟାନ୍ସ ଦୃଶ୍ୟ ମଧ୍ୟ ରହିଥିଲା।

The post ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ! appeared first on Dharitri Odia News.