କଂଗ୍ରେସ ସଭାରେ ରାଜ ପରିବାର ସଦସ୍ୟାଙ୍କୁ ନେଇ ଚର୍ଚ୍ଚା

ଢେଙ୍କାନାଳ,୨୩ା୨(ରତନ ନାୟାର):ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ଗତ ୨୦ ତାରିଖରେ ଗାନ୍ଧୀମନ୍ଦିରଠାରେ ନବନିଯୁକ୍ତ ଜିଲା ସଭାପତି ସୁନୀଲ ଦାଶଙ୍କ ସମ୍ବର୍ଦ୍ଧନା ସଭାରେ ଢେଙ୍କାନାଳ ରାଜ ପରିବାରର ସଦସ୍ୟା ସୁସ୍ମିତା ସିଂହଦେଓଙ୍କୁ ଦେଖିବାକୁ ମିଳିଥିଲା। ସୁ୍‌ସ୍ମିତା କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ସୁସ୍ମିତା ସିଂହଦେଓ। ଦୀର୍ଘଦିନ ପରେ ଢେଙ୍କାନାଳ ରାଜ ପରିବାରର ଜଣେ ସଦସ୍ୟା କଂଗ୍ରେସ ରାଜନୀତିରେ […] The post କଂଗ୍ରେସ ସଭାରେ ରାଜ ପରିବାର ସଦସ୍ୟାଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.

କଂଗ୍ରେସ ସଭାରେ ରାଜ ପରିବାର ସଦସ୍ୟାଙ୍କୁ ନେଇ ଚର୍ଚ୍ଚା

ଢେଙ୍କାନାଳ,୨୩ା୨(ରତନ ନାୟାର):ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ଗତ ୨୦ ତାରିଖରେ ଗାନ୍ଧୀମନ୍ଦିରଠାରେ ନବନିଯୁକ୍ତ ଜିଲା ସଭାପତି ସୁନୀଲ ଦାଶଙ୍କ ସମ୍ବର୍ଦ୍ଧନା ସଭାରେ ଢେଙ୍କାନାଳ ରାଜ ପରିବାରର ସଦସ୍ୟା ସୁସ୍ମିତା ସିଂହଦେଓଙ୍କୁ ଦେଖିବାକୁ ମିଳିଥିଲା। ସୁ୍‌ସ୍ମିତା କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ସୁସ୍ମିତା ସିଂହଦେଓ। ଦୀର୍ଘଦିନ ପରେ ଢେଙ୍କାନାଳ ରାଜ ପରିବାରର ଜଣେ ସଦସ୍ୟା କଂଗ୍ରେସ ରାଜନୀତିରେ ସକ୍ରିୟ ହେବା ଘଟଣା ସହରରେ ବେଶ୍‌ ଆଲୋଚନାର ବିଷୟ ହୋଇଛି। ସେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ଏ ସମ୍ପର୍କରେ ସୁ୍‌ସ୍ମିତା କହିଛନ୍ତି, ବଡ଼ ବାପା (କାମାକ୍ଷା ପ୍ରସାଦ ସିଂହଦେଓ)ଙ୍କ ଆଶୀର୍ବାଦ ମୋ ଉପରେ ରହିଛି। ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ଉତ୍ସାହିତ କରିଛନ୍ତି। ବିଶେଷକରି ମହିଳାଙ୍କ ସମ୍ମାନକୁ ସଦାବେଳେ ଅଗ୍ରାଧିକାର ଦେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଓ ଢେଙ୍କାନାଳର ରାଣୀ ତଥା ପୂର୍ବତନ ବିଧାୟିକା ରତ୍ନପ୍ରଭା ଦେବୀ ତାଙ୍କର ଆଦର୍ଶ ବୋଲି ସେ କହିଛନ୍ତି। ଏଥିସହିତ ସେ ସବୁବେଳେ ମହିଳାଙ୍କ ସମ୍ମାନ ପାଇଁ କାମ କରିବେ ବୋଲି କହିଛନ୍ତି। ରାଜନୀତିରେ ସକ୍ରିୟ ହେବାରେ ତାଙ୍କର ସ୍ବାମୀ ରାଜୀବ ଲୋଚନ ସିଂହଦେଓଙ୍କର ବହୁ ସହଯୋଗ ରହିଛି ବୋଲି ସୁସ୍ମିତା ପ୍ରକାଶ କରିଛନ୍ତି। ବିଭିନ୍ନ ସ୍ଥାନରେ ଲାଗିଥିବା ସୁସ୍ମିତାଙ୍କ ବ୍ୟାନରରେ ଜାତୀୟସ୍ତର କଂଗ୍ରେସ ନେତାଙ୍କ ସହିତ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଫଟୋ ଥିବା ଦେଖିବାକୁ ମିଳିଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ ପରିବାରରେ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି।

The post କଂଗ୍ରେସ ସଭାରେ ରାଜ ପରିବାର ସଦସ୍ୟାଙ୍କୁ ନେଇ ଚର୍ଚ୍ଚା appeared first on Dharitri Odia News.