ତାମିଲନାଡ଼ୁ, ପୁଡ଼ୁଚେରୀ ପାଇଁ ଡିଏମକେ ସହ ଆସନ ବୁଝାମଣା ଚୂଡ଼ାନ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ : ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଡିଏମକେ ସହ ଏହାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଆଜି ଏହା ଘୋଷଣା କରିଛନ୍ତି। କଂଗ୍ରେସ ତାମିଲନାଡ଼ୁରେ ୯ ଆସନରେ ନିର୍ବାଚନ ଲଢ଼ିବ ଏବଂ ପୁଡ଼ୁଚେରୀରେ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ। ୨୦୧୯ ନିର୍ବାଚନରେ ୨ ଦଳ ମଧ୍ୟରେ ହୋଇଥିବା ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେ ନେତୃତ୍ବାଧୀନ […]

ତାମିଲନାଡ଼ୁ, ପୁଡ଼ୁଚେରୀ ପାଇଁ ଡିଏମକେ ସହ ଆସନ ବୁଝାମଣା ଚୂଡ଼ାନ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ : ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଡିଏମକେ ସହ ଏହାର ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଆଜି ଏହା ଘୋଷଣା କରିଛନ୍ତି। କଂଗ୍ରେସ ତାମିଲନାଡ଼ୁରେ ୯ ଆସନରେ ନିର୍ବାଚନ ଲଢ଼ିବ ଏବଂ ପୁଡ଼ୁଚେରୀରେ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ। ୨୦୧୯ ନିର୍ବାଚନରେ ୨ ଦଳ ମଧ୍ୟରେ ହୋଇଥିବା ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ଡିଏମକେ ନେତୃତ୍ବାଧୀନ ମେଣ୍ଟ ୩୯ ଲୋକସଭା ଆସନରୁ ୩୮ ଆସନରେ ଜିତିଥିଲା। କଂଗ୍ରେସ ୨୦୧୯ ନିର୍ବାଚନରେ ୯ଟି ଆସନରୁ ଲଢ଼ିଥିବାବେଳ ଏହା ୮ଟି ଆସନରେ ଜିତିଥିଲା। କେସି ବେଣୁଗୋପାଳ କହିଛନ୍ତି, କଂଗ୍ରେସର ସହଯୋଗୀ ଦଳ ଦ୍ବାରା ବାକି ୩୦ ଆସନରେ ଦିଆଯାଇଥିବା ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରିବ। ବେଣୁଗୋପାଳ କହିଛନ୍ତି, ଡିଏମକେ ଏବଂ କଂଗ୍ରେସ ଏକାଠି ଲଢ଼ିବେ ଏବଂ ଏକାଠି ଜିତିବେ। ମେଣ୍ଟ ଦ୍ବାରା ଦିଆଯାଇଥିବା ପ୍ରାର୍ଥୀ ସମସ୍ତ ୪୦ ଆସନରେ ଜିତିବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟ ଉପରେ ଏହା ଆକ୍ରମଣ କରୁଛନ୍ତି ବୋଲି ସେ ଦାବି କରିଛନ୍ତି।