ଚଳିତ ବର୍ଷରୁ ୨ ଥର ହେବ ବୋର୍ଡ ପରୀକ୍ଷା
ଭୁବନେଶ୍ୱର : ପିଲାଙ୍କ ଉପରୁ ମାନସିକ ବୋଝ କମାଇବାପାଇଁ ଚଳିତ ଶିକ୍ଷାବର୍ଷରୁ ୨ ଟି ଲେଖାଏଁ ହେବ ବୋର୍ଡ ପରୀକ୍ଷା I ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ହେବ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା I ତେବେ ଏହା ବାଧ୍ୟତାମୂଳକ ନୁହେଁ I ଏକାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ଦେବା ପାଇଁ ଏହା ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ I ପରୀକ୍ଷାର୍ଥୀଙ୍କୁ ପରୀକଶ୍ଚପରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ପାଠ୍ୟକ୍ରମରେ […]

ଭୁବନେଶ୍ୱର : ପିଲାଙ୍କ ଉପରୁ ମାନସିକ ବୋଝ କମାଇବାପାଇଁ ଚଳିତ ଶିକ୍ଷାବର୍ଷରୁ ୨ ଟି ଲେଖାଏଁ ହେବ ବୋର୍ଡ ପରୀକ୍ଷା I ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ହେବ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା I ତେବେ ଏହା ବାଧ୍ୟତାମୂଳକ ନୁହେଁ I ଏକାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ଦେବା ପାଇଁ ଏହା ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରେ I ପରୀକ୍ଷାର୍ଥୀଙ୍କୁ ପରୀକଶ୍ଚପରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ପାଠ୍ୟକ୍ରମରେ ଏହି ପରିବର୍ତ୍ତନ ପାଇଁ ନିର୍ଦେଶ ଦେଇଛନ୍ତି I ତେବେ ବିଯେଉଁମାନେ ଏକାଦଶ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବେ,ସେମାନେ ଦ୍ୱାଦଶ ବୋର୍ଡରେ ଭଲ ନକଲେ ମଧ୍ୟ ସେମାନଙ୍କର ଏକାଦଶ ଶ୍ରେଣୀ ନମ୍ବରକୁ ମାନ୍ୟତା ଦିଆଯିବ I
ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ଏହାଦ୍ବାରା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଆଉ ବୋର୍ଡ ପରୀକ୍ଷାରେ ପ୍ରଦର୍ଶନକୁ ନେଇ ଟେନସନ ରହିବ ନାହିଁ । ସେମାନେ ପ୍ରବେଶିକା ପରୀକ୍ଷା ଉପରେ ଅଧିକ ଫୋକସ କରିପାରିବେ। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ଅଭିଭାବକ।
ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦ ର ପ୍ରସ୍ତାବ ଆଧାରରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ପ୍ରଥମେ ସିବିଏସଇ ୨୦୨୫ ଶିକ୍ଷା ବର୍ଷରେ ଏହି ବ୍ୟବସ୍ଥା ଆରମ୍ବ କରିବ । ପରେ ବିଭିନ୍ନ ରାଜ୍ୟର ଉଚ୍ଚ ମାଧ୍ୟମିକ ବୋର୍ଡ ମଧ୍ୟ ଏହି ସିଷ୍ଟମ ଲାଗୁ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।