୧୯୯୩ ବିସ୍ଫୋରଣ ମାମଲାରେ ଅବଦୁଲ ତୁଣ୍ଡା ଦୋଷମୁକ୍ତ

ନୂଆଦିଲ୍ଲୀ : ଆତଙ୍କବାଦ ଏବଂ ବିଶୃଙ୍ଖଳା ନିରୋଧ ଆଇନ (ଟାଡା) କୋର୍ଟ ଗୁରୁବାର ଦିନ ୧୯୯୩ ସିରିଜ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ତୁଣ୍ଡାକୁ ଦୋଷମୁକ୍ତ କରିଦେଇଛନ୍ତି। ଆଇନଜୀବୀ ସଫକତ ସୁଲତାନୀ କହିଛନ୍ତି, ସିବିଆଇ ଅବଦୁଲ କରିମ ତୁଣ୍ଡାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଦେବାରେ ବିଫଳ ହୋଇଛି। କୋର୍ଟ କହିଛନ୍ତି, ଅବଦୁଲ କରିମ ତୁଣ୍ଡା ନିର୍ଦ୍ଦୋଷ। ସମସ୍ତ ମାମଲାରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଆଇନଜୀବୀ ସୁଲତାନୀ କହିଛନ୍ତି, ସିବିଆଇ ଟାଡା, ଆଇପିସି, ରେଳବାଇ […]

୧୯୯୩ ବିସ୍ଫୋରଣ ମାମଲାରେ ଅବଦୁଲ ତୁଣ୍ଡା ଦୋଷମୁକ୍ତ

ନୂଆଦିଲ୍ଲୀ : ଆତଙ୍କବାଦ ଏବଂ ବିଶୃଙ୍ଖଳା ନିରୋଧ ଆଇନ (ଟାଡା) କୋର୍ଟ ଗୁରୁବାର ଦିନ ୧୯୯୩ ସିରିଜ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ତୁଣ୍ଡାକୁ ଦୋଷମୁକ୍ତ କରିଦେଇଛନ୍ତି। ଆଇନଜୀବୀ ସଫକତ ସୁଲତାନୀ କହିଛନ୍ତି, ସିବିଆଇ ଅବଦୁଲ କରିମ ତୁଣ୍ଡାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଦେବାରେ ବିଫଳ ହୋଇଛି। କୋର୍ଟ କହିଛନ୍ତି, ଅବଦୁଲ କରିମ ତୁଣ୍ଡା ନିର୍ଦ୍ଦୋଷ। ସମସ୍ତ ମାମଲାରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଆଇନଜୀବୀ ସୁଲତାନୀ କହିଛନ୍ତି, ସିବିଆଇ ଟାଡା, ଆଇପିସି, ରେଳବାଇ ଆଇନ , ଅସ୍ତ୍ର ଆଇନ ଅଧୀନରେ କୌଣସି ବଳିଷ୍ଠ ପ୍ରମାଣ ରଖିପାରିନି। ୧୯୯୨ ବାବ୍ରି ମସଜିଦ ଧ୍ବଂସ ହେବାର ପ୍ରଥମ ବାର୍ଷିକୀରେ ୪ଟି ଟ୍ରେନରେ ସିରିଜ ବି‌ସ୍ଫୋରଣ ହୋଇଥିଲା। ତୁଣ୍ଡା ଉକ୍ତ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସିବିଆଇ ଅଭିଯୋଗ କରିଥିଲା। ତେବେ ଏହି ମାମଲାରେ ତୁଣ୍ଡା ଦୋଷମୁକ୍ତ ହୋଇଥିବାବେଳେ ଇରଫାନ ଏବଂ ହମିମଉଦ୍ଦିନ ଦୋଷୀସାବ୍ୟସ୍ତ ହୋଇଛନ୍ତି।