ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁୁ ‘ଅରଣ୍ୟ ଯୋଗ’ର ଆୟୋଜନ
ବ୍ରାହ୍ମଣୀଗାଁ,୨୧।୬(ମନୋରଞ୍ଜନ ରଣା): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଅରଣ୍ୟ ଯୋଗର ଆୟୋଜନ କରାଯାଇଥିଲା । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ପରିସର ରେ “ଅରଣ୍ୟ ଯୋଗ”ର ଆୟୋଜନ କରାଯାଇଥିଲା। ଶରୀରକୁ ସୁସ୍ଥ ରଖିବାକୁ ହେଲେ ଯୋଗାଭ୍ୟାସର ଆବଶ୍ୟକତା ରହିଛି। କେବଳ ଯୋଗ କଲେ ଯଥେଷ୍ଟ ନୁହେଁ, ବିଶ୍ୱରେ ପରିବେଶ ସନ୍ତୁଳନ ସୁରକ୍ଷିତ ରହିଲେ […] The post ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁୁ ‘ଅରଣ୍ୟ ଯୋଗ’ର ଆୟୋଜନ appeared first on Dharitri Odia News.
ବ୍ରାହ୍ମଣୀଗାଁ,୨୧।୬(ମନୋରଞ୍ଜନ ରଣା): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଅରଣ୍ୟ ଯୋଗର ଆୟୋଜନ କରାଯାଇଥିଲା । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ପରିସର ରେ “ଅରଣ୍ୟ ଯୋଗ”ର ଆୟୋଜନ କରାଯାଇଥିଲା। ଶରୀରକୁ ସୁସ୍ଥ ରଖିବାକୁ ହେଲେ ଯୋଗାଭ୍ୟାସର ଆବଶ୍ୟକତା ରହିଛି। କେବଳ ଯୋଗ କଲେ ଯଥେଷ୍ଟ ନୁହେଁ, ବିଶ୍ୱରେ ପରିବେଶ ସନ୍ତୁଳନ ସୁରକ୍ଷିତ ରହିଲେ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ସୁରକ୍ଷିତ ରହି ପାରିବ। ଏଥି ପାଇଁ ପରିବେଶକୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ ଏବଂ ପ୍ରତ୍ୟେକ ଦିନ ଯୋଗାସନ କରନ୍ତୁ। ଏଥିସହ ନିଜ ଶରୀର ପ୍ରତି ଯତ୍ନଶୀଳ ହେବା ସାଥେ ସାଥେ ବୃକ୍ଷ ରୋପଣ କରି ପରିବେଶକୁ ରକ୍ଷା କରିବା ପାଇଁ ବନାଞ୍ଚଳ ଅଧିକାରୀ ବେହେରା ପରାମର୍ଶ ଦେବା ସହ ନିଜେ ଯୋଗ ଓ ପ୍ରାଣାୟାମ ପରିଚାଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ, ଗଦାପୁର ସେକ୍ସନ ଭାରପ୍ରାପ୍ତ ବନପାଳ ସନ୍ତୋଷ ପଟ୍ଟନାୟକ, କାଟିଙ୍ଗିଆ ସେକ୍ସନ ଭାରପ୍ରାପ୍ତ ବନପାଳ ଆଶିଷ କୁମାର ପ୍ରଧାନ, ଝିଞିରିଗୁଡା ବିଟ୍ର ବନରକ୍ଷୀ ମାର୍କ ମଲ୍ଲିକ,ବନରକ୍ଷୀ ଶ୍ରୀରାମ ପଣ୍ଡା, ସରୋଜ ପାତ୍ର ,ଇନ୍ଦ୍ରମଣି ଦିଗାଲଙ୍କ ସମେତ ସମସ୍ତ ବନ କର୍ମଚାରୀ ସାମିଲ ହୋଇ ଯୋଗ ଅଭ୍ୟାସ କରିଥିଲେ ।
The post ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁୁ ‘ଅରଣ୍ୟ ଯୋଗ’ର ଆୟୋଜନ appeared first on Dharitri Odia News.