ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭାବରେ ଗୁରୁ ରଘୁନାଥ ପାତ୍ର ମନୋନୀତ
ପାରଳାଖେମୁଣ୍ଡି:୨/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ନୂତନ ସାଧାରଣ ପରିଷଦ ଗଠିତ ହୋଇଛି, ଏଥିରେ ଗଜପତି ଜିଲ୍ଲା ତଥା ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଦୀର୍ଘ ବର୍ଷ ପରେ ଜଣେ ଗଜପତି ଜିଲ୍ଲାବାସୀ ପରିଷଦ ସଦସ୍ୟ ଭାବରେ ସାମିଲ ହୋଇଥିବା ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ ଓ କଳାକାର ମହଲରେ ଖୁସୀ ଲହରୀ ଖେଳିଯାଇଛି। ଚୟନ […] The post ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭାବରେ ଗୁରୁ ରଘୁନାଥ ପାତ୍ର ମନୋନୀତ appeared first on Odisha.News.
ପାରଳାଖେମୁଣ୍ଡି:୨/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ନୂତନ ସାଧାରଣ ପରିଷଦ ଗଠିତ ହୋଇଛି, ଏଥିରେ ଗଜପତି ଜିଲ୍ଲା ତଥା ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଦୀର୍ଘ ବର୍ଷ ପରେ ଜଣେ ଗଜପତି ଜିଲ୍ଲାବାସୀ ପରିଷଦ ସଦସ୍ୟ ଭାବରେ ସାମିଲ ହୋଇଥିବା ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ ଓ କଳାକାର ମହଲରେ ଖୁସୀ ଲହରୀ ଖେଳିଯାଇଛି। ଚୟନ ପାଇଁ ଗୁରୁ ଶ୍ରୀପାତ୍ର ରାଜ୍ୟ ସରକାର ଓ ଏକାଡେମୀ ସଚୀବଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ତାଙ୍କରି ପରିଷଦ 3 ବର୍ଷ ସମୟ ମଧ୍ୟରେ ଜିଲ୍ଲା ର ନୃତ୍ୟ, ନାଟକ ଓ ବିଶେଷ କରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ପାରଳା ଘରାନା ର ପୂର୍ବ ଗୌରବ ଫେରାଇବା ପାଇଁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି। ନୂତନ ଭାବେ ଚୟନ ପରେ ଗୁରୁ ରଘୁନାଥ ପାତ୍ରଙ୍କୁ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ କଣ୍ଠ ଶିଳ୍ପୀ ସଂଗୀତା ଗୋସାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ପୌରଧକ୍ଷା ନିର୍ମଳା ସେଠୀ, ଏକାଡେମୀ ପୁରସ୍କାରପ୍ରାପ୍ତ ମଞ୍ଚ କଳାକାର ଆଦର୍ଶ ଦାସ, ଡ. ଚନ୍ଦନ ଗନ୍ତାୟତଙ୍କ ସମେତ ଭକ୍ତି ସଙ୍ଗୀତ ସଂସଦ, କ୍ରିଏଟିଭ ଆର୍ଟସ୍, ସମଲେଇ ନୃତ୍ୟ କଳା ପରିଷଦ, ପଦାମୃତ ନୃତ୍ୟାୟନ , ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର, ସ୍ମାର୍ଟ ସ୍କୁଲ୍, ମୀରକେଲ ଡେନସ ଷ୍ଟୁଡିଓ, ଭକ୍ତି ନ୍ୟବେଦ୍ୟ ସଙ୍ଗୀତ ଅନୁଷ୍ଠାନ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
The post ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଦସ୍ୟ ଭାବରେ ଗୁରୁ ରଘୁନାଥ ପାତ୍ର ମନୋନୀତ appeared first on Odisha.News.