ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୁମ୍ବାଇରେ ଖୋଲା ବସରେ ପରେଡ; ତାଜା ହେବ ସ୍ମୃତି

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଟ୍ରଫି ଜିତି ଦେଶବାସୀଙ୍କୁ ଗୌରବାନ୍ଵିତ କରିଛନ୍ତି। ବାର୍ବାଡୋସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଥିବା ଭାରତୀୟ ଦଳ ସ୍ଵତନ୍ତ୍ର ବିମାନରେ ସ୍ଵଦେଶ ଫେରୁଛନ୍ତି। ବାର୍ବାଡୋସରୁ ଆଜି ବାହାରିଥିବା ବିମାନ ଗୁରୁବାର ଭୋର ୪ଟାରେ ଦିଲ୍ଲୀରେ ଅବତରଣ କରିବ। ବାତ୍ୟା ବିରେଲ କାରଣରୁ ଭାରତୀୟ ଦଳର ସ୍ଵଦେଶ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ଘଟିଥିଲା। ସ୍ଵଦେଶ ଫେରିବା ପରେ ଭାରତୀୟ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଏହା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ମୁମ୍ବାଇରେ ଭାରତୀୟ ଦଳ ଖୋଲା ବସରେ ପରେଡ କରିବା ସହ ଯାତ୍ରା କରି ପ୍ରଶଂସକ, ଶୁଭେଚ୍ଛୁଙ୍କ ଅଭିବାଦନ ଗ୍ରହଣ କରିବେ। ଏହା ସହିତ ପୁଣି ଥରେ ତାଜା ହୋଇ ଉଠିବ ୧୭ ବର୍ଷ ପୂର୍ବର ପୁରୁଣା ସ୍ମତି। ସୂଚନା ଅନୁଯାୟୀ, ବିଶ୍ଵ ଚାମ୍ପିଅନ ଭାରତୀୟ ଦଳର ଗୁରୁବାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ଦିଲ୍ଲୀରେ ପହଞ୍ଚିବା ପରେ ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନେ ସାକ୍ଷାତ କରିବେ। ସେଠାରୁ ଉତ୍ସବ ପାଳନ ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ବିସିସିଆଇ ଗୁରୁବାର ଅପରାହ୍ଣ ୫ଟାରୁ ମୁମ୍ବାଇରେ ନରିମମ ପଏଣ୍ଟରୁ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ କିଲୋମିଟର ଖୋଲା ବସରେ ପରେଡ କରାଇବାକୁ ନିଷ୍ପତ୍ତି ନେଇଛି।

ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୁମ୍ବାଇରେ ଖୋଲା ବସରେ ପରେଡ; ତାଜା ହେବ ସ୍ମୃତି

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଟ୍ରଫି ଜିତି ଦେଶବାସୀଙ୍କୁ ଗୌରବାନ୍ଵିତ କରିଛନ୍ତି। ବାର୍ବାଡୋସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଥିବା ଭାରତୀୟ ଦଳ ସ୍ଵତନ୍ତ୍ର ବିମାନରେ ସ୍ଵଦେଶ ଫେରୁଛନ୍ତି। ବାର୍ବାଡୋସରୁ ଆଜି ବାହାରିଥିବା ବିମାନ ଗୁରୁବାର ଭୋର ୪ଟାରେ ଦିଲ୍ଲୀରେ ଅବତରଣ କରିବ। ବାତ୍ୟା ବିରେଲ କାରଣରୁ ଭାରତୀୟ ଦଳର ସ୍ଵଦେଶ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ଘଟିଥିଲା। ସ୍ଵଦେଶ ଫେରିବା ପରେ ଭାରତୀୟ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଏହା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ମୁମ୍ବାଇରେ ଭାରତୀୟ ଦଳ ଖୋଲା ବସରେ ପରେଡ କରିବା ସହ ଯାତ୍ରା କରି ପ୍ରଶଂସକ, ଶୁଭେଚ୍ଛୁଙ୍କ ଅଭିବାଦନ ଗ୍ରହଣ କରିବେ। ଏହା ସହିତ ପୁଣି ଥରେ ତାଜା ହୋଇ ଉଠିବ ୧୭ ବର୍ଷ ପୂର୍ବର ପୁରୁଣା ସ୍ମତି। 

ସୂଚନା ଅନୁଯାୟୀ, ବିଶ୍ଵ ଚାମ୍ପିଅନ ଭାରତୀୟ ଦଳର ଗୁରୁବାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ଦିଲ୍ଲୀରେ ପହଞ୍ଚିବା ପରେ ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନେ ସାକ୍ଷାତ କରିବେ। ସେଠାରୁ ଉତ୍ସବ ପାଳନ ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ବିସିସିଆଇ ଗୁରୁବାର ଅପରାହ୍ଣ ୫ଟାରୁ ମୁମ୍ବାଇରେ ନରିମମ ପଏଣ୍ଟରୁ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ କିଲୋମିଟର ଖୋଲା ବସରେ ପରେଡ କରାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଏକ୍ସରେ ପୋଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ପରେଡ ପରେ ଷ୍ଟାଡିୟମରେ ଏକ ଛୋଟ ସମାରୋହ ଆୟୋଜିତ ହେବ। ଏଠାରେ ଖେଳାଳିଙ୍କୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଭାରତୀୟ ଦଳର  ସ୍ଵାଗତ ପାଇଁ ବିମାନ ବନ୍ଦରରେ ବିପୁଳ ସଂଖ୍ୟାରେ ସମର୍ଥକ ପହଞ୍ଚି ପାରନ୍ତି। ସମାରୋହ ଦେଖିବା ପାଇଁ ଓ୍ଵାଙ୍ଖେଡ଼େରେ ମାଗଣାରେ ଦର୍ଶକଙ୍କ ପ୍ରବେଶ ଅନୁମତି ରହିଛି। 




ସୂଚନାଯୋଗ୍ୟ, ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଥିଲା। ଏହା ପରେ ଭାରତୀୟ ଦଳ ମୁମ୍ବାଇରେ ଖୋଲା ବସରେ ଟ୍ରଫି ସହିତ ଭ୍ରମଣ କରିଥିଲେ। ଏବେ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସମେତ ସମସ୍ତ ଖେଳାଳି ଏଥିରେ ଯୋଗ ଦେବେ। ଭାରତୀୟ ଦଳ ୧୧ ବର୍ଷ ପରେ ଆଇସିସି ଟ୍ରଫି, ୧୩ ବର୍ଷ ପରେ କୌଣସି ବିଶ୍ଵକପ୍ ଏବଂ ୧୭ ବର୍ଷ ପରେ ଟି-୨୦ ବିଶ୍ଵକପ୍ ଜିତିଛି।