ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

ସମ୍ବଲପୁର: ଜାତୀୟ ସେବା ଯୋଜନା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋସ୍ ସରକାରୀ ଡିଗ୍ରୀ କଲେଜର ଛାତ୍ର ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ନାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଷୟିକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ପକ୍ଷରୁ ପ୍ରଦାନ କରାଯାଇଥିଲା। ସାହିଲ ଦାସ ଦୀର୍ଘ ଦିନ ଧରି ଚାରା ରୋପଣ, ନାରୀ ସଶକ୍ତିକରଣ, ରକ୍ତଦାନ ଶିବିର, ଓ ଜନସଚେତନତା କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ […] The post ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ appeared first on Odisha.News.

ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

ସମ୍ବଲପୁର: ଜାତୀୟ ସେବା ଯୋଜନା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋସ୍ ସରକାରୀ ଡିଗ୍ରୀ କଲେଜର ଛାତ୍ର ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ନାନ ପ୍ରଦାନ କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ବୈଷୟିକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ୍ ପକ୍ଷରୁ ପ୍ରଦାନ କରାଯାଇଥିଲା। ସାହିଲ ଦାସ ଦୀର୍ଘ ଦିନ ଧରି ଚାରା ରୋପଣ, ନାରୀ ସଶକ୍ତିକରଣ, ରକ୍ତଦାନ ଶିବିର, ଓ ଜନସଚେତନତା କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଅନୁପ୍ରେରଣା ସୃଷ୍ଟି କରିଛନ୍ତି।
ନିଜ ପାଠପାଠା ଓ ସେବାକାର୍ଯ୍ୟକୁ ସମନ୍ୱୟ କରି, ସାହିଲ ଦାସ ଗ୍ରାମ ଓ ସମାଜ ଉନ୍ନତି ପାଇଁ ଅନେକ ସୃଜନଶୀଳ କାମ କରୁଛନ୍ତି। ତାଙ୍କ ସଫଳତା ଉପରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ, ପରିବାର ସଦସ୍ୟ ଓ ବନ୍ଧୁମାନେ ଗର୍ବିତ ଅନୁଭବ କରି ଆଗାମୀ ଦିନରେ ଏକ ଦକ୍ଷ ସେବାନିଷ୍ଠ ନେତା ଭାବରେ ଦେଖିବାକୁ ଆଶା ପ୍ରକାଶ କରିଛନ୍ତି।

The post ସାହିଲ ଦାସଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ appeared first on Odisha.News.