ଲଖନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା

ଝାରସୁଗୁଡା ୨୧/୩ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ସ୍ଥିତ ସଦଗୁରୁ ଆଶ୍ରମ ପରିସରରେ ଆଜି ଲଖନପୁର ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମ ବିକାଶ ଓ ଗ୍ରାମ ପଞ୍ଚାୟତ ସମନ୍ୱୟ କମିଟି ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଆରତୀ ପଧାନ ମୁଖ୍ୟ ଅତିଥି,ବରିଷ୍ଠ ସଦସ୍ୟ ରାଧାକାନ୍ତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଲଖନପୁର […] The post ଲଖନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା appeared first on Odisha.News.

ଲଖନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା

ଝାରସୁଗୁଡା ୨୧/୩ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ସ୍ଥିତ ସଦଗୁରୁ ଆଶ୍ରମ ପରିସରରେ ଆଜି ଲଖନପୁର ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମ ବିକାଶ ଓ ଗ୍ରାମ ପଞ୍ଚାୟତ ସମନ୍ୱୟ କମିଟି ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଆରତୀ ପଧାନ ମୁଖ୍ୟ ଅତିଥି,ବରିଷ୍ଠ ସଦସ୍ୟ ରାଧାକାନ୍ତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୁର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଲଖନପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ,ଉଠା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୂଜା ସାହୁ, ସିଡିପିଓ ଲକ୍ଷ୍ମୀପ୍ରିୟା ବହିଦାର, ଲଖନପୁର ବନପାଳ ସରୋଜ ଖମାରୀ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ମାନଭଞ୍ଜନ ତ୍ରିପାଠୀ ଯୋଗଦାନ କରି ଗ୍ରାମ୍ୟ ଦାରିଦ୍ର୍ୟ ଦୂରୀକରଣ ଯୋଜନା ତଥା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଗ୍ରାମ ପଞ୍ଚାୟତ ସମନ୍ୱୟ କମିଟିର ସଭାପତି ଈଶ୍ୱର ଚନ୍ଦ୍ର ବନଛୋର ମେଳାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ନରୋତ୍ତମ ପଧାନ ମଞ୍ଚ ସଞ୍ଚାଳନ କରିଥିଲେ । ଲଖନପୁର ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରୁ ବହୁ ଲୋକ ଉକ୍ତ ମେଳାରେ ଅଂଶଗ୍ରହଣ କରିଥିଲେ । ଗ୍ରାମ ବିକାଶ ଓ ଗ୍ରାମ ପଞ୍ଚାୟତ ସମନ୍ୱୟ କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

The post ଲଖନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକାଭିମୁଖୀତା ମେଳା appeared first on Odisha.News.