ସପନ ମିଶ୍ର ପାଇଲେ ଡକ୍ଟର ଉପାଧି

ସମ୍ବଲପୁର:ସପନ ମିଶ୍ର ପାଇଛନ୍ତି ଡକ୍ଟର ଉପାଧି।ଆଜି ସମ୍ବଲ୍‌ପୁର ବିଶ୍ବବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ସଂସ୍କୃତି ଗବେଷକ ସପନ ମିଶ୍ର ପିଏଚ୍‌ଡ଼ି ଉପାଧିର ଅଧିକାରୀ ହୋଇଛନ୍ତି। ତାଙ୍କ ଗବେଷଣା ସନ୍ଦର୍ଭ ‘ପଶ୍ଚିମାଂଚଳର ଲୋକ ଗୀତ-ନୃତ୍ୟ-ବାଦ୍ୟର ବ୍ୟାକରଣିକ ପକ୍ଷ’ ପାଇଁ ସେ ଏହି ଡକ୍ଟରେଟ୍‌ ପାଇଛନ୍ତି। ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜ୍ୟୋତି ବିହାର କେମ୍ପସ୍‌ର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍‌ ଠାରେ ଆୟୋଜିତ ଏହି ସମାବର୍ତ୍ତନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ […] The post ସପନ ମିଶ୍ର ପାଇଲେ ଡକ୍ଟର ଉପାଧି appeared first on Odisha.News.

ସପନ ମିଶ୍ର ପାଇଲେ ଡକ୍ଟର ଉପାଧି

ସମ୍ବଲପୁର:ସପନ ମିଶ୍ର ପାଇଛନ୍ତି ଡକ୍ଟର ଉପାଧି।ଆଜି ସମ୍ବଲ୍‌ପୁର ବିଶ୍ବବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ସଂସ୍କୃତି ଗବେଷକ ସପନ ମିଶ୍ର ପିଏଚ୍‌ଡ଼ି ଉପାଧିର ଅଧିକାରୀ ହୋଇଛନ୍ତି। ତାଙ୍କ ଗବେଷଣା ସନ୍ଦର୍ଭ ‘ପଶ୍ଚିମାଂଚଳର ଲୋକ ଗୀତ-ନୃତ୍ୟ-ବାଦ୍ୟର ବ୍ୟାକରଣିକ ପକ୍ଷ’ ପାଇଁ ସେ ଏହି ଡକ୍ଟରେଟ୍‌ ପାଇଛନ୍ତି। ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜ୍ୟୋତି ବିହାର କେମ୍ପସ୍‌ର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍‌ ଠାରେ ଆୟୋଜିତ ଏହି ସମାବର୍ତ୍ତନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ବିଦ୍ୟାଳୟର କୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ର,ରେଜିଷ୍ଟ୍ରାର୍‌ ଡ. ନୃପରାଜ ସାହୁ,ଭୁବନେଶ୍ବର ସ୍ଥିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ର କୂଳପତି ପ୍ରଫେସର ରାମାନୁଜ୍‌ ନାରାୟଣ,କୋରାପୁଟ ସ୍ଥିତ ସେଣ୍ଟାଲ୍‌ ୟୁନିଭର୍‌ସିଟୀର କୁଳପତି ଚକ୍ରଧର ତ୍ରିପାଠୀ ଓ ସମ୍ବଲପୁର ବିଶ୍ବବିଦ୍ୟଳୟର ପିଜି କାଉନ୍‌ସିଲ୍‌ ଚେୟାର୍‌ମେନ୍‌ ଡ. ସଂଯୁକ୍ତା ଦାସ ପ୍ରମୂଖ ଉପସ୍ଥିତ ଥିଲେ।
ସପନ ମିଶ୍ରଙ୍କର ସନ୍ଦର୍ଭଟି ପ୍ର. ଗୋପୀନାଥ ବାଗ୍‌,ବିଭାଗୀୟ ମୂଖ୍ୟ,ଓଡ଼ିଆ ଭାଷା ସାହିତ୍ୟ ବିଭାଗ,ସମ୍ବଲପୁର ବିଶ୍ବବିଦ୍ୟାଳୟଙ୍କ ଦ୍ବାରା ମାର୍ଗ ଦର୍ଶିତ ହୋଇଥିଲା। ଏହା ସଂସ୍କୃତି ଓ ସଂଗୀତ ବିଷୟକ ହୋଇଥିବାରୁ ଏହାର ମୂଲ୍ୟାୟନ ଆନ୍ତ-ବିଭାଗୀୟ ବିଷୟ ବସ୍ତୁ ଯୋଗୁଁ ପଶ୍ଚିମ ବଙ୍ଗର ଶାନ୍ତି ନିକେତନ ଓ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରେରଣ କରାଯାଇଥିଲା। ଶାନ୍ତି ନିକେତନ ବିଶ୍ବବିଦ୍ୟାଳୟର ପ୍ରଫେସର ଗିରିବାଳା ପଟ୍ଟନାୟକ ଓ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ନାରାୟଣ ସାହୁ ଏହାର ମୂଲ୍ୟାୟନ କରି ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମାଞ୍ଚଳର ଲୋକ ସଂଗୀତର ସ୍ବକୀୟତାକୁ ପ୍ରତିପାଦନ କରିବାକୁ ପୂର୍ବରୁ କୌଣସି ନିର୍ଦ୍ଧିଷ୍ଟ ଗବେଷଣା ହୋଇ ନ ଥିବାରୁ ଏହି ନିବନ୍ଧରେ ଉନ୍ମୋଚିତ ନିଷ୍କର୍ଷ ଗୁଡ଼ିକ ପଶ୍ଚିମାଞ୍ଚଳର ଗୀତ-ନୃତ୍ୟ-ବାଦ୍ୟର ସ୍ବରଲିପି,ବାଦ୍ୟଲିପି ଓ ନୃତ୍ୟ ବିନ୍ୟାସକୁ ବ୍ୟାକରଣିକ ଦୃଷ୍ଟିରୁ ଲିପିବଦ୍ଧ କରିବାରେ ସହାୟକ ହେବ ବୋଲି ପ୍ରଫେସର ସାହୁ ମତ ଦେଇଛନ୍ତି। ଅନୁରୂପ ଭାବରେ ପ୍ରଫେସର ଗିରିବାଳା ମହାନ୍ତି ସନ୍ଦର୍ଭଟିକୁ ମୂଲ୍ୟାଙ୍କିତ କରି ଗବେଷକଙ୍କ କ୍ଷେତ୍ର ସଂଗ୍ରହ ଓ ସାଙ୍ଗୀତିକ ଉପାଦାନ ଗୁଡ଼ିକର ଅଧ୍ୟୟନ ଓ ବିଶ୍ଲେଷଣକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏଭଳି ଅଧ୍ୟୟନର ଫଳ ସ୍ବରୂପ ଏହି ସନ୍ଦର୍ଭକୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଉଭୟ ମତ ପ୍ରକାଶ କରିଛନ୍ତି। ଶାନ୍ତି ନିକେତନ ବିଶ୍ବବିଦ୍ୟାଳୟର ଅଭିଜ୍ଞ ପ୍ରଫେସର କୈଳାଶ ପଟ୍ଟନାୟକ ସନ୍ଦର୍ଭକୁ ପାଠକରି ସମ୍ବଲପୁରୀ ସଂଗୀତର ତାତ୍ତ୍ବିକ ଓ ମାର୍ମିକ ଦିଗ ସବୁକୁ ଲୋକ ଲୋଚନକୁ ଆଣିଥିବାରୁ ଡ. ମିଶ୍ରଙ୍କୁ ସ୍ବତନ୍ତ୍ର ଭାବେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସପନ ମିଶ୍ର ଏହି ସନ୍ଦର୍ଭଟି ତାଙ୍କ ତିରିଶ ବର୍ଷର କ୍ଷେତ୍ର ଅଧ୍ୟୟନ ଓ ଗବେଷଣାତ୍ମକ କଷଣର ଫଳ ବୋଲି କହିଛନ୍ତି। ପଶ୍ଚିମାଞ୍ଚଳର କଳାକାରମାନେ ଏହା ଦ୍ବାରା କିଛିମାତ୍ରାରେ ଉପକୃତ ହେଲେ ସେ ତାଙ୍କ ଶ୍ରମ ସାର୍ଥକ ହେଲା ବୋଲି ମଣିବେ ଡକ୍ଟର ଉପାଧି ପାଇଥିବା ଡଃ.ସପନ ମିଶ୍ର କହିଛନ୍ତି।

The post ସପନ ମିଶ୍ର ପାଇଲେ ଡକ୍ଟର ଉପାଧି appeared first on Odisha.News.