ଆନ୍ଧ୍ରପ୍ରଦେଶ ଫାର୍ମା କମ୍ପାନିରେ ବିସ୍ଫୋରଣ ହୋଇ ୬ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଆଜି ଅଚ୍ୟୁତପୁରମ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଥିବା ଏସିଣ୍ଟିଆ ଫାର୍ମା କମ୍ପାନିରେ ବିସ୍ଫୋରଣ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଅଣକପାଲ୍ଲି ଏସ୍‌ପି ଦୀପିକା ପାଟିଲ କହିଛନ୍ତି ରିଆକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଛି ଏବଂ ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ିନି। ଇତିମଧ୍ୟରେ ଆହତମାନଙ୍କୁ ଅଣକପାଲ୍ଲି ଏନ୍‌ଟିଆର ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି। ପୁଲିସ […]

ଆନ୍ଧ୍ରପ୍ରଦେଶ ଫାର୍ମା କମ୍ପାନିରେ ବିସ୍ଫୋରଣ ହୋଇ ୬ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଆଜି ଅଚ୍ୟୁତପୁରମ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ରେ ଥିବା ଏସିଣ୍ଟିଆ ଫାର୍ମା କମ୍ପାନିରେ ବିସ୍ଫୋରଣ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଅଣକପାଲ୍ଲି ଏସ୍‌ପି ଦୀପିକା ପାଟିଲ କହିଛନ୍ତି ରିଆକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଛି ଏବଂ ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ିନି। ଇତିମଧ୍ୟରେ ଆହତମାନଙ୍କୁ ଅଣକପାଲ୍ଲି ଏନ୍‌ଟିଆର ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି। ପୁଲିସ ଏବଂ ଅଗ୍ନିନିର୍ବାପକ ଦଳ ସହ ଘଟଣାସ୍ଥଳରେ ଇମର୍ଜେନ୍ସି ଟିମ୍‌ ମୁତୟନ ହୋଇଛନ୍ତି। ଆହୁରି ଅନେକ ଲୋକ ଫସିଥିବାବେଳେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।