ନୂଆପଡାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା:୨ମୃତ, ୩ଜଣ ଗୁରତର ଆହତ
ନୂଆପଡା:ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥର ଲୁକୁପାଲି ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୩ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଵାଟିବାହାଲ ଗାଁର ସୁମନ୍ତ ସାହୁ ଓ ତାଙ୍କ ଭଉଣୀ ସଞ୍ଜୁ ସାହୁ ବାଇକ ଯୋଗେ ନୂଆପଡା ଅଭିମୁଖେ […]

ନୂଆପଡା:ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥର ଲୁକୁପାଲି ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ୩ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଵାଟିବାହାଲ ଗାଁର ସୁମନ୍ତ ସାହୁ ଓ ତାଙ୍କ ଭଉଣୀ ସଞ୍ଜୁ ସାହୁ ବାଇକ ଯୋଗେ ନୂଆପଡା ଅଭିମୁଖେ ଆସୁଥିଲେ।ଏତିକି ସମୟରେ ବିପରୀତ ଦିଗରୁ ଅର୍ଥାତ ନୂଆପଡା ପଟୁ ପଡୋଶୀ ଛତିଶଗଡ ଚୁରକିଦାଦର ଗାଁର ପରଶରାମ ନାଗେଶ ଏକ ବାଇକରେ ତିନି ଜଣକୁ ବସାଇ କୋମନା ଅଭିମୁଖେ ଦୃତ ଗତିରେ ଆସୁଥିବା ବେଳେ ଲୁକୁପାଲି ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା
ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ୪ଜଣକଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ।ତନ୍ମ ମଧ୍ୟରୁ ସୁମନ୍ତ ସାହୁଙ୍କ ଭଉଣୀ ସଞ୍ଜୁ ସାହୁଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ହେଲେ ବାଟରେ ହିଁ ତାଙ୍କର ମୃତ୍ଯୁ ଘଟିଛି। ନୂଆପଡା ପୋଲିସ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରିରଖିଛି।ଆସନ୍ତକାଲି ମୃତ ୩ ଜଣକଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନୂଆପଡା ଆଇଆଇସି ସୂଚନା ଦେଇଛନ୍ତି।