ବସ-ଟ୍ରକ ମୁହାଁମୁହିଁ ଧକ୍କା,୩ ମୃତ ୪୦ ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି : କଟକ ଚାନ୍ଦବାଲି ରାସ୍ତା କଟରପଡା ଥରେ ଏକ ଘରୋଇ ବସ ସହିତ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪ରୁ ଉର୍ଧ୍ଵ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତି କରାଯାଇଛି I ସେମାନଙ୍କ ମଧ୍ୟରୁ କେତେଜଣ ସଙ୍କଟାପନ୍ନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ଦୁଇ ଗାଡିର ଡ୍ରାଇଭର ଗୁରୁତର ଅଛନ୍ତି । ସ୍ଥାନୀୟ […]

ବସ-ଟ୍ରକ ମୁହାଁମୁହିଁ ଧକ୍କା,୩ ମୃତ ୪୦ ରୁ ଅଧିକ ଆହତ
ବସ-ଟ୍ରକ ମୁହାଁମୁହିଁ ଧକ୍କା,୩ ମୃତ ୪୦ ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି : କଟକ ଚାନ୍ଦବାଲି ରାସ୍ତା କଟରପଡା ଥରେ ଏକ ଘରୋଇ ବସ ସହିତ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୪ରୁ ଉର୍ଧ୍ଵ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତି କରାଯାଇଛି I ସେମାନଙ୍କ ମଧ୍ୟରୁ କେତେଜଣ ସଙ୍କଟାପନ୍ନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ଦୁଇ ଗାଡିର ଡ୍ରାଇଭର ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକ, ପୋଲିସ,ଅଗ୍ନିଶନବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘନ କୁହୁଡି ହେତୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।

ସୂଚନାନୁସାରେ,ମନୋରମା ନାମକ ଏକ ଘରୋଇ ବସ ୫ଅରୁ ଉର୍ଧ୍ଵ ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲା I ଏହି ସମୟରେ ଶୁକରପଡା ନିକଟରେ ଏକ ଟ୍ରକ ସହିତ ଵସଟି ର ମୁହାଁମୁହିଁ ଧକ୍କା ହୋଇଥିଲା I ଏଥିରେ ୪୦ରୁ ଉର୍ଧ୍ଵ ଯାତ୍ରୀ ଗୁରୁତର ହୋଇଥିଲେ I ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତ କୋଇଲି ଡାକ୍ତରଖାନାରେ ଭର୍ତି କରାଯାଇଥିଲା I ତେବେ ପରବର୍ତୀ ସମୟରେ ୩ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା I ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ସେପଟେ ରାଜ୍ୟରେ ଗତ କିଛି ଦିନ ଧରି ପ୍ରବଳ କୁହୁଡି ଲାଗିରହିବା ହେତୁ ରାସ୍ତାଘାଟ କିଛି ଦିଶୁନି । ଫଳରେ ବାରମ୍ବାର ଯାନବାହନ ଦୁର୍ଘଟଣା ଘଟଣା ସାମନାକୁ ଆସୁଛି ।