ମହାକାଶରେ ସବୁଠୁ ମହଙ୍ଗା ଡିନର !

ଅନେକ ସମୟରେ ଆମେ ହୋଟେଲ୍‌ରେ ଖାଇବା ପରେ ବିଲ୍‌ ଏତେ ଆସେ ଯେ ଏହାକୁ ନେଇ ଚିନ୍ତିତ ହୋଇପଡ଼ୁ । ତେଣୁ ବଡ଼ବଡ଼ ତାରକା ହୋଟେଲକୁ ଯିବା ପୂର୍ବରୁ ସର୍ବପ୍ରଥମେ ଆମେ ଆମର ଏଟିଏମ୍‌ କାର୍ଡ ଚେକ୍‌ କରିଥାଉ । ହେଲେ ହୋଟେଲ ଠାରୁ ବି ଏଭଳି ଏକ ସ୍ଥାନ ରହିଛି ଯେଉଁଠି ବିଶ୍ୱର ସବୁଠୁ ମହଙ୍ଗା ଡିନର ଯୋଗାଇ ଦିଆଯିବ । ହେଲେ ଏହି ଡିନର ପୃଥିବୀରେ ନୁହେଁ, ବରଂ ମହାକାଶରେ ମିଳିବ ବୋଲି ଜଣାପଡ଼ିଛି […]

ମହାକାଶରେ ସବୁଠୁ ମହଙ୍ଗା ଡିନର !
ମହାକାଶରେ ସବୁଠୁ ମହଙ୍ଗା ଡିନର !

ଅନେକ ସମୟରେ ଆମେ ହୋଟେଲ୍‌ରେ ଖାଇବା ପରେ ବିଲ୍‌ ଏତେ ଆସେ ଯେ ଏହାକୁ ନେଇ ଚିନ୍ତିତ ହୋଇପଡ଼ୁ । ତେଣୁ ବଡ଼ବଡ଼ ତାରକା ହୋଟେଲକୁ ଯିବା ପୂର୍ବରୁ ସର୍ବପ୍ରଥମେ ଆମେ ଆମର ଏଟିଏମ୍‌ କାର୍ଡ ଚେକ୍‌ କରିଥାଉ । ହେଲେ ହୋଟେଲ ଠାରୁ ବି ଏଭଳି ଏକ ସ୍ଥାନ ରହିଛି ଯେଉଁଠି ବିଶ୍ୱର ସବୁଠୁ ମହଙ୍ଗା ଡିନର ଯୋଗାଇ ଦିଆଯିବ । ହେଲେ ଏହି ଡିନର ପୃଥିବୀରେ ନୁହେଁ, ବରଂ ମହାକାଶରେ ମିଳିବ ବୋଲି ଜଣାପଡ଼ିଛି । ସ୍ପେସ୍‌ ଭିଆଇପି ନାମକ ନୁ୍ୟୟର୍କର ଏକ ସ୍ପେସ୍‌ କମ୍ପାନୀ ଏହି ବିଶେଷ ରାତ୍ରଭୋଜନର ଆୟୋଜନ କରିବାକୁ ଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବିଶ୍ୱର ସବୁଠୁ ମହଙ୍ଗା ଡିନର ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । କମ୍ପାନୀ ତରଫରୁ ଏହି ଡିନରକୁ ଏକ ସ୍ପେସ୍‌ ବେଲୁନ୍‌ରେ ଆୟୋଜନ କରାଯିବ ଏବଂ ଯେଉଁଠି ପୃଥିବୀର ସମାପ୍ତି ହେବ ଓ ମହାକାଶର ଆରମ୍ଭ ହେବ, ସେଠାରେ ହିଁ କମ୍ପାନୀ ବେଲୁନ୍‌ରେ ଏହି ଡିନର ସୁବିଧା ଉପଲବ୍ଧ କରିବ । ରିପୋର୍ଟ ମୁତାବକ, କେବଳ ୬ ଜଣ ଯାତ୍ରୀ ହିଁ ଏହି ଡିନର କରିବାର ସୁବିଧା ପାଇପାରିବେ । ତେବେ ଆଶ୍ଚର୍ଯ୍ୟକର ପ୍ରସଙ୍ଗ ହେଉଛି ମହାକାଶରେ ଏହି ବେଲୁନ୍‌ରେ ଡିନର କରିବା ଲାଗି ପ୍ରତି ଯାତ୍ରୀଙ୍କୁ ୪ କୋଟି ଟଙ୍କା ଲେଖାଏଁ ପରିଶୋଧ କରିବାକୁ ହେବ । ଯାହାଫଳରେ ଏହି ଡିନରକୁ ବିଶ୍ୱର ସବୁଠୁ ମହଙ୍ଗା ଡିନର ବୋଲି କୁହାଯିବ । କୋପେନହେଗନ୍‌ର ଆଲ୍‌କେମିଷ୍ଟ ରେସ୍ତୋରæôର ଲୋକପ୍ରିୟ ସେଫ୍‌ ରେମସ୍‌ ମଙ୍କ୍‌ ଏହି ଖାଦ୍ୟକୁ ପ୍ରସ୍ତୁତ କରିବେ । ସ୍ପେସ୍‌ରେ ଯିବାକୁ ଥିବା ଏହି ଯାତ୍ରା କେବଳ ୬ ଘଣ୍ଟା ପାଇଁ ହେବ । ତେବେ ନୁ୍ୟୟର୍କର ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାକୁ ୨୦୨୫ ମସିହାରେ ଫ୍ଲୋରିଡାରୁ ଲଞ୍ଚ୍‌ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏହି ଡିନର ସ୍ପେସ୍‌ ପର୍ସ୍ପେକଫିଭ୍‌ର ନେପଚୁନ୍‌ ସ୍ପେସ୍‌ସିପ୍‌ରେ ଆୟୋଜନ କରାଯିବ । ଯାହାକୁ ବିଶ୍ୱର ପ୍ରଥମ କାର୍ବନ ନୁ୍ୟଟ୍ରାଲ୍‌ ସ୍ପେସ୍‌ସିପ୍‌ ବୋଲି କୁହାଯାଉଛି । ଏକ ସ୍ପେଲ୍‌ ବେଲୁନ୍‌ ସାହାଯ୍ୟରେ ଏହି ସ୍ପେସ୍‌କ୍ରାଫଫକୁପ୍ରସ୍ତୁତ କରାଯିବ, ଯାହା ୧ ଲକ୍ଷ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରିବ । ଏହି ସ୍ପେସ୍‌ସିପ୍‌ ମଧ୍ୟରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରେଷ୍ଟରୁମ୍‌ ପ୍ରସ୍ତୁତ କରାଯାଇଛି । ଯାହାର ନାଁ ରହିଛି ସ୍ପେସ୍‌ ସ୍ପା । ଏହାସହିତ ଫ୍ରେଞ୍ଚ୍‌ ଫ୍ୟାଶନ୍‌ ହାଉସ ଓଗିୟର୍‌ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆଉଟ୍‌ଫିଟ୍‌ ମଧ୍ୟ ଡିଜାଇନ୍‌ କରିଛି, ଯାହା ଇନୋଭେଟିଭ୍‌ ଫ୍ୟାବ୍ରିକ୍‌ରୁ ପ୍ରସ୍ତୁତ କରାଯିବ ବୋଲି ଉଲ୍ଲେଖ କରାଯାଇଛି ।