ହେଜବୁଲ୍ଲା ରକେଟ୍‌ ମାଡ଼ରେ ଇସ୍ରାଏଲର ୧୨ ଶିଶୁଙ୍କ ମୃତ୍ୟୁ

ତେଲ୍‌ ଅଭିଭ୍ : ଲେବାନନ୍‌ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍‌ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍‌ ହାଇଟ୍‌ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍‌ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପ୍ରତିଆକ୍ରମଣରେ ଲେବାନନ୍‌ର ହେଜବୁଲ୍ଲାର ଏକାଧିକ ଆଡ଼ା ଧ୍ବସ୍ତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଇସ୍ରାଏଲ ଅଧିକୃତ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ଓ ଶିଶୁଙ୍କ […]

ହେଜବୁଲ୍ଲା ରକେଟ୍‌ ମାଡ଼ରେ ଇସ୍ରାଏଲର ୧୨ ଶିଶୁଙ୍କ ମୃତ୍ୟୁ

ତେଲ୍‌ ଅଭିଭ୍ : ଲେବାନନ୍‌ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍‌ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍‌ ହାଇଟ୍‌ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍‌ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପ୍ରତିଆକ୍ରମଣରେ ଲେବାନନ୍‌ର ହେଜବୁଲ୍ଲାର ଏକାଧିକ ଆଡ଼ା ଧ୍ବସ୍ତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଇସ୍ରାଏଲ ଅଧିକୃତ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ଓ ଶିଶୁଙ୍କ ମୃତ୍ୟୁ ଘଟଣାରେ ଇସ୍ରାଏଲ ହେଜବୁଲ୍ଲା ସଂଗଠନକୁ ଦାୟି କରିଛି। କିନ୍ତୁ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଛି। ଆଇଡିଏଫ୍‌ ଏକ ପ୍ରେସ୍‌ ବିବୃତ୍ତିରେ କହିଛି ଯେ ଲେବାନନ୍‌ ସୀମା ମଧ୍ୟରେ ଇସ୍ରାଏଲ ଯୁଦ୍ଧବିମାନ ପ୍ରବେଶ କରି ୭ଟି ହେଜବୁଲ୍ଲା ଆଡ଼ା ଉପରେ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ‌ଲେବାନନ୍‌ କିମ୍ବା ହେଜବୁଲ୍ଳା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।