ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍; TCS ରୁ RIL ଓ Infosys ପର୍ଯ୍ୟନ୍ତ ବଡ଼ କ୍ଷତି
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧରେ ସେୟାର ମାର୍କେଟ୍ କ୍ରାସ୍ । ଅମେରିକା ପରେ ଭାରତୀୟ ପୁଞ୍ଜି ବଜାରରେ ଝଡ଼ । ଟ୍ରମ୍ପ ପ୍ରଶାସନ ରେସିପ୍ରୋକାଲ ଟାରିଫ୍ ଲାଗୁ କରିବା ପରେ କ୍ରାସ୍ ହୋଇଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । ଏକ ସପ୍ତାହ ଭିତରେ ଟପ୍ରେ ଥିବା ୧୦ ବଡ଼ କମ୍ପାନି ଭିତରୁ ୯ଟି କମ୍ପାନିର ସେୟାର ହ୍ରାସ ପାଇଛି । ଫଳରେ ଏମାନଙ୍କର ମାର୍କେଟ୍ କ୍ୟାପ୍ ୨.୯୪ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ତେବେ ସର୍ବାଧିକ କ୍ଷତି ସମ୍ମୁଖୀନ ହୋଇଛି ଟାଟା ଗ୍ରୁପ୍ ଟିସିଏସ୍ । ଏହା ପଛକୁ ରହିଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ୦ରୁ ୯ କମ୍ପାନିର ସର୍ବାଧିକ କ୍ଷତି:ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ଅଧିକାଂଶ ଦେଶରେ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଥିଲେ । ଏହାପରେ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଥିଲା । ବିଏସଇ ସେନସେକ୍ସ ୨୦୫୦.୨୩ ଅଙ୍କ ବା ୨.୬୪ ପ୍ରତିଶତ ହ୍ରାସ ପାଇଛି । ସେହିପରି ନିଫ୍ଟି ୬୧୪.୮ ପଏଣ୍ଟ ବା ୨.୬୧ ପ୍ରତିଶତ ଖସିଥିବା ରେକର୍ଡ କରାଯାଇଛି । ସେୟାର ମାର୍କେଟ୍ କ୍ରାସ୍ ପ୍ରଭାବ ଟପ୍ ଟେନ୍ରେ ଥିବା ୧୦ ବଡ଼ କମ୍ପାନିର ସେୟାରରେ ଦେଖିବାକୁ ମିଳିଛି । ଏଥିରେ ଟିସିଏସଠୁ ନେଇ ରିଲାଏନ୍ସ ପର୍ଯ୍ୟନ୍ତ ୯ଟି ଫାର୍ମର ମାର୍କେଟ୍ କ୍ୟାପିଟାଲ୍ ହ୍ରାସ ପାଇଛି । ହେଲେ ଭାରତୀୟ ଏୟାରଟେଲ୍ ଲାଭରେ ରହିଛି । ଟିସିଏସର ୧.୧୦ ଲକ୍ଷ କ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧରେ ସେୟାର ମାର୍କେଟ୍ କ୍ରାସ୍ । ଅମେରିକା ପରେ ଭାରତୀୟ ପୁଞ୍ଜି ବଜାରରେ ଝଡ଼ । ଟ୍ରମ୍ପ ପ୍ରଶାସନ ରେସିପ୍ରୋକାଲ ଟାରିଫ୍ ଲାଗୁ କରିବା ପରେ କ୍ରାସ୍ ହୋଇଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । ଏକ ସପ୍ତାହ ଭିତରେ ଟପ୍ରେ ଥିବା ୧୦ ବଡ଼ କମ୍ପାନି ଭିତରୁ ୯ଟି କମ୍ପାନିର ସେୟାର ହ୍ରାସ ପାଇଛି । ଫଳରେ ଏମାନଙ୍କର ମାର୍କେଟ୍ କ୍ୟାପ୍ ୨.୯୪ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ତେବେ ସର୍ବାଧିକ କ୍ଷତି ସମ୍ମୁଖୀନ ହୋଇଛି ଟାଟା ଗ୍ରୁପ୍ ଟିସିଏସ୍ । ଏହା ପଛକୁ ରହିଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।
୦ରୁ ୯ କମ୍ପାନିର ସର୍ବାଧିକ କ୍ଷତି:
ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ଅଧିକାଂଶ ଦେଶରେ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବାକୁ ଘୋଷଣା କରିଥିଲେ । ଏହାପରେ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଥିଲା । ବିଏସଇ ସେନସେକ୍ସ ୨୦୫୦.୨୩ ଅଙ୍କ ବା ୨.୬୪ ପ୍ରତିଶତ ହ୍ରାସ ପାଇଛି । ସେହିପରି ନିଫ୍ଟି ୬୧୪.୮ ପଏଣ୍ଟ ବା ୨.୬୧ ପ୍ରତିଶତ ଖସିଥିବା ରେକର୍ଡ କରାଯାଇଛି । ସେୟାର ମାର୍କେଟ୍ କ୍ରାସ୍ ପ୍ରଭାବ ଟପ୍ ଟେନ୍ରେ ଥିବା ୧୦ ବଡ଼ କମ୍ପାନିର ସେୟାରରେ ଦେଖିବାକୁ ମିଳିଛି । ଏଥିରେ ଟିସିଏସଠୁ ନେଇ ରିଲାଏନ୍ସ ପର୍ଯ୍ୟନ୍ତ ୯ଟି ଫାର୍ମର ମାର୍କେଟ୍ କ୍ୟାପିଟାଲ୍ ହ୍ରାସ ପାଇଛି । ହେଲେ ଭାରତୀୟ ଏୟାରଟେଲ୍ ଲାଭରେ ରହିଛି ।
ଟିସିଏସର ୧.୧୦ ଲକ୍ଷ କୋଟି:
ସେନସେକ୍ସର ଟପ-10 ଭାଲ୍ୟୁଏବ୍ଲ କମ୍ପାନି ମଧ୍ୟରୁ ଟାଟା ଗ୍ରୁପର ଟିସିଏସ୍ ନିବେଶକଙ୍କୁ ସର୍ବାଧିକ କ୍ଷତି ସହିବାକୁ ପଡ଼ିଛି । ଗତ ସପ୍ତାହରେ ଟିସିଏସ ମାର୍କେଟ୍ କ୍ୟାପ୍ ହ୍ରାସ ପାଇ ୧୧, ୯୩, ୭୬୯.୮୯ କୋଟି ଟଙ୍କାରେ ପଞ୍ଚିଛି । ଅର୍ଥାତ୍ ଟିସିଏସର ସେୟାର ୭ ପ୍ରତିଶତ ହ୍ରାସ ପାଇଛି । ଗୋଟିଏ ସପ୍ତାହରେ ୧.୧୦ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଯାଇଛି ।
ରିଲାଏନ୍ସ କମ୍ପାନିର କ୍ଷତି:
ସେୟାର ବଜାର କ୍ଷତିରେ ଦ୍ବିତୀୟ ସ୍ଥାନରେ ରହିଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ କମ୍ପାନି । ଗତ ସପ୍ତାହରୁ ଏଯାଏଁ ରିଲ୍ ସେୟାର ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ରିଲାଏନ୍ସକୁ ୯୫,୧୩୨ କୋଟି ଟଙ୍କା କ୍ଷତି ଘଟିଛି । ଯାହାଫଳରେ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ହ୍ରାସ ପାଇ ୧୬,୩୦,୨୪୪.୯୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି Infosysର ମାର୍କେଟ୍ ଭାଲ୍ୟୁରେ ୪୯,୦୫୦ କୋଟି ଟଙ୍କା ହ୍ରାସ ପାଇଛି । ଏହା ଏବେ ୬,୦୩,୧୭୮.୪୫ କୋଟି ଟଙ୍କାରେ ପହଞ୍ଚିଛି ।