ଗାବା ଗଡ଼ରେ ତୃତୀୟ ଟେଷ୍ଟ; ଲଞ୍ଚ୍ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆର ୨୮ ରନ୍, ଓ୍ବିକେଟ୍ ଖୋଜୁଛି ଭାରତ
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ର ତୃତୀୟ ବ୍ରିସବେନ୍ରେ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଗାବା ମ୍ୟାଚର ଶେଷ ଅପଡେଟ୍ ସୁଦ୍ଧା କଙ୍ଗାରୁ ଦଳ ବିନା କୌଣସି ଓ୍ବିକେଟ୍ ହରାଇ ୨୮ ରନ ସଂଗ୍ରହ କରିଛି ।ବ୍ରିସବେନର ଗାବା ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଆର ଅଶ୍ବିନୀ ଓ ହର୍ଷିତ ରାଣାଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଆକାଶଦୀରଙ୍କୁ ସୁଯୋଗ ମିଳିଛି। ବର୍ଡର ଗାଭାସ୍କର ଟ୍ରଫିର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ବର୍ତ୍ତମାନ୧-୧ରେ ସିରିଜ୍ ବରାବର ରହିଛି । ଭାରତୀୟ ଦଳ ପର୍ଥ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟକୁ ଆଧିପତ୍ୟ ବିସ୍ତାର କରିଥିଲା । ଏପଟେ ଗାବା ଟେଷ୍ଟ ଜିତି ଟିମ୍ ଇଣ୍ଡିଆ ସିରିଜରେ ଆଗୁଆ ରହିବାକୁ ପ୍ରୟାସ କରିବ । ସେପଟେ ଅଷ୍ଟ୍ରେଲିଆ ଦଳ ଟିମ୍ ଇଣ୍ଡିଆକୁ ଚେକ୍ ଦେବାକୁ ଚେଷ୍ଟା କରିବ । ଭାରତୀୟ ଚୂଡାନ୍ତ ଏକାଦଶ- ଯଶସ୍ବୀ ଜୈସ୍ବାଲ, କେଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷବ ପନ୍ତ,(ୱିକେଟ କିପର), ରୋହିତ ଶର୍ମା(ଅଧିନାୟକ), ନିତୀଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଆକାଶଦୀପ ସିଂହ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।ଅଷ୍ଟ୍ରେଲି
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ର ତୃତୀୟ ବ୍ରିସବେନ୍ରେ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଗାବା ମ୍ୟାଚର ଶେଷ ଅପଡେଟ୍ ସୁଦ୍ଧା କଙ୍ଗାରୁ ଦଳ ବିନା କୌଣସି ଓ୍ବିକେଟ୍ ହରାଇ ୨୮ ରନ ସଂଗ୍ରହ କରିଛି ।
ବ୍ରିସବେନର ଗାବା ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଆର ଅଶ୍ବିନୀ ଓ ହର୍ଷିତ ରାଣାଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଆକାଶଦୀରଙ୍କୁ ସୁଯୋଗ ମିଳିଛି। ବର୍ଡର ଗାଭାସ୍କର ଟ୍ରଫିର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ବର୍ତ୍ତମାନ୧-୧ରେ ସିରିଜ୍ ବରାବର ରହିଛି । ଭାରତୀୟ ଦଳ ପର୍ଥ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଆଡିଲେଡ ଟେଷ୍ଟକୁ ଆଧିପତ୍ୟ ବିସ୍ତାର କରିଥିଲା । ଏପଟେ ଗାବା ଟେଷ୍ଟ ଜିତି ଟିମ୍ ଇଣ୍ଡିଆ ସିରିଜରେ ଆଗୁଆ ରହିବାକୁ ପ୍ରୟାସ କରିବ । ସେପଟେ ଅଷ୍ଟ୍ରେଲିଆ ଦଳ ଟିମ୍ ଇଣ୍ଡିଆକୁ ଚେକ୍ ଦେବାକୁ ଚେଷ୍ଟା କରିବ ।
ଭାରତୀୟ ଚୂଡାନ୍ତ ଏକାଦଶ- ଯଶସ୍ବୀ ଜୈସ୍ବାଲ, କେଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷବ ପନ୍ତ,(ୱିକେଟ କିପର), ରୋହିତ ଶର୍ମା(ଅଧିନାୟକ), ନିତୀଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଆକାଶଦୀପ ସିଂହ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ- ଉସମାନ ଖ୍ବାଜା, ନାଥନ ମ୍ୟାକସ୍ବିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ, ଟ୍ରେଭିସ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ନାଥାନ ଲାୟନ, ଜୋଶ ହେଜଲଉଡ ।