ଭବାନୀପାଟଣା ବିଧାନସଭା ଆସନ: ତ୍ରିମୁଖୀ ଲଢେଇରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଚର୍ଚ୍ଚାରେ
ଭବାନୀପାଟଣା, ୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ଣତା ବଢିବାରେ ଲାଗିଛି। ହାତରେ ଆହୁରି କମ୍ ସମୟ ଥିବାରୁ ଏଠାକାର ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଠାରେ ଭାଜପାରୁ ପ୍ରଦୀପ୍ତ ନାଏକ, ବିଜେଡିର ଲଲିତା ନାଏକ ଓ କଂଗ୍ରେସ ପକ୍ଷରୁ ସାଗର ଚରଣ ଦାସଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି। ଏହାରି ଭିତରେ ସ୍ବାଧୀନ ପ୍ରାର୍ଥୀ ରୋହିତ ଦୁର୍ଗା ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। ରୋହିତଙ୍କ […] The post ଭବାନୀପାଟଣା ବିଧାନସଭା ଆସନ: ତ୍ରିମୁଖୀ ଲଢେଇରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଚର୍ଚ୍ଚାରେ appeared first on Dharitri Odia News.
ଭବାନୀପାଟଣା, ୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ଣତା ବଢିବାରେ ଲାଗିଛି। ହାତରେ ଆହୁରି କମ୍ ସମୟ ଥିବାରୁ ଏଠାକାର ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଠାରେ ଭାଜପାରୁ ପ୍ରଦୀପ୍ତ ନାଏକ, ବିଜେଡିର ଲଲିତା ନାଏକ ଓ କଂଗ୍ରେସ ପକ୍ଷରୁ ସାଗର ଚରଣ ଦାସଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି।
ଏହାରି ଭିତରେ ସ୍ବାଧୀନ ପ୍ରାର୍ଥୀ ରୋହିତ ଦୁର୍ଗା ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। ରୋହିତଙ୍କ ସଙ୍ଗଠନ ତୃଣମୂଳସ୍ତରରେ ମଜଭୂତ ଥିବାରୁ ସେ ମଧ୍ୟ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ସାଜିପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ନାମାଙ୍କନ ପରେ ରୋହିତ ନିଜ ପ୍ରଚାର ଜୋରସୋର ଚଳାଇଛନ୍ତି। ଅଟୋରିକ୍ସା ତାଙ୍କ ଚିହ୍ନ ହୋଇଥିବା ବେଳେ ୪୦ଟି ବୁଥ୍ରେ ସେ ପହଞ୍ଚି ଅଟୋରିକ୍ସା ଶୋଭାଯାତ୍ରା କରିବା ସହ ସଭା ମାଧ୍ୟମରେ ଲୋକଙ୍କ ମନଜିଣିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି ଭବାନୀପାଟଣା ସହରର ଯୁବ ଗୋଷ୍ଠୀ ରୋହିତଙ୍କ ପ୍ରତି ଆକୃଷ୍ଟ ରହିଥିବା ଜଣାପଡିଛି।
The post ଭବାନୀପାଟଣା ବିଧାନସଭା ଆସନ: ତ୍ରିମୁଖୀ ଲଢେଇରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଚର୍ଚ୍ଚାରେ appeared first on Dharitri Odia News.